ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କ ଚେନାବନୀ: କହିଲେ- ‘AAP ସରକାରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କୌଣସି ସହାନୁଭୂତି ନାହିଁ’

ଚଣ୍ଡିଗଡ଼: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗହଣ କରିବା ପରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଭଗୱନ୍ତ ମାନ । ଗୁରୁବାର ଦିନ ସେ କହିଛନ୍ତି ଯେ, ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପ୍ରତି ଆପ୍ ସରକାରଙ୍କ ପକ୍ଷରୁ କୌଣସି ସହାନୁଭୂତି ମିଳିବ ନାହିଁ । ଏହା ସହ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଉପରେ କୌଣସି ପ୍ରତିଶୋଧ କିମ୍ବା ରାଜନୈତିକ ଚାପ ରହିବ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଭାବେ ପଦ ସମ୍ଭାଳିବା ପରେ ପ୍ରଥମରଥର ପାଇଁ ବରିଷ୍ଠ ଅଧିକାରୀଙ୍କୁ ସମ୍ବୋଧିତ କରି ମାନ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି(ଆପ୍)କୁ ଦିଆଯାଇଥିବା ବୃହତ ଆଦେଶକୁ ସମ୍ମାଜ ଜଣାଇ ସେମାନଙ୍କୁ ସରକାରୀ କର୍ମଚାରୀ ଭାବେ ଦାୟିତ୍ୱ ତୁଲାଇବାକୁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ, ତାଙ୍କ ସରକାର ରାଜନୈତିକ ପ୍ରତିଶୋଧରେ ସାମିଲ ହେବନାହିଁ । ପ୍ରଶାସନ ବିନା କୌଣସି ରାଜନୈତିକ ଚାପରେ କାମ କରିବ । ଆପ ସରକାରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ପାଇଁ କୌଣସି ସ୍ଥାନ ନାହିଁ । ଯଦି ଏପରି କିଛି ଅଭିଯୋଗ ମୋ ନଜରକୁ ଆସେ, ତେବେ ଏପରି ଅଧିକାରୀ ସହାନୁଭୂତି ଆଶା ନକରିବା ଉଚିତ୍ ।’