fbpx

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼: ସୁନାବେଶ ଦେଖିବାକୁ ଧସେଇ ହୋଇ ପଶିଲେ ଭକ୍ତ

ପୁରୀ(ଓଡ଼ିଶା ଭାସ୍କର): ପୁରୀ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କର ସୁନାବେଶ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ନୀତି ବିଳମ୍ବ ପାଇଁ ମହାପ୍ରଭୁଙ୍କ ଦର୍ଶନ କିଛି ସମୟ ବନ୍ଦ ଥିଲା । ଦର୍ଶନ ଆରମ୍ଭ ହେବା ମାତ୍ରେ ସିଂହଦ୍ୱାରା ସମ୍ମୁଖରେ ଲମ୍ବା ଲାଇନ୍ ଥିବା ଭକ୍ତମାନେ ଧସେଇ ହୋଇ ଭିତରକୁ ପଶିଥିବା ସୂଚନା ମିଳିଛି । ବ୍ୟାରିକେଡ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ଧସେଇ ହୋଇ ପଶିଛନ୍ତି ଶତାଧିକ ଭକ୍ତ । ଶ୍ରୀମନ୍ଦିର ସମ୍ମୁଖରେ ଭକ୍ତ-ସେବାୟତଙ୍କ ମଧ୍ୟରେ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଧସେଇ ହୋଇ ପଶିବାରୁ ସିଂହଦ୍ୱାର ଆଗରେ ଦଳାଚକଟା ସ୍ଥିତି ଦେଖାଦେଇଛି ।

Get real time updates directly on you device, subscribe now.