fbpx

The Kashmir Filesର ଡାଇରେକ୍ଟର ବିବେକ ଅଗ୍ନିହୋତ୍ରୀଙ୍କୁ ମିଳିଲା Y କ୍ୟାଟେଗୋରୀ ସୁରକ୍ଷା

ନୂଆଦିଲ୍ଲୀ: ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୱାଇ କ୍ୟାଟେଗୋରୀ ସୁରକ୍ଷା ପ୍ରଦାନ କରାଯାଇଛି । ଇଣ୍ଟେଲିଜେନ୍ସ ବ୍ୟୁରୋର ଥ୍ରେଟ ପରସେପସନ ରିପୋର୍ଟକୁ ଆଧାର କରି ମନ୍ତ୍ରଣାଳୟ ପକ୍ଷରୁ ବିବେକଙ୍କୁ ସୁରକ୍ଷା ଦିଆଯାଇଛି । ୱାଇ କ୍ୟାଟେଗୋରୀ ସୁରକ୍ଷାରେ ମୋଟ ୮ ଜଣ ସୁରକ୍ଷାକର୍ମୀ ସମ୍ପୃକ୍ତ ବ୍ୟକ୍ତିଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ରହିଥାନ୍ତି । ଯେଉଁ ଭିଆଇପିଙ୍କୁ ଏହି ସୁରକ୍ଷା ପ୍ରଦାନ କରାଯାଏ, ତାଙ୍କ ଘର ଆଗରେ ପାଞ୍ଚ ଜଣ ଆର୍ମଡ ଷ୍ଟେଟିକ ଗାର୍ଡ ନିୟୋଜିତ ହୋଇଥାନ୍ତି । ଏଥିସହିତ ତିନୋଟି ସିଫ୍ଟରେ ତିନିଜଣ ପିଏସଓ ସୁରକ୍ଷା ପ୍ରଦାନ କରିଥାନ୍ତି ।

ବିବେକ ଏହି ଫିଲ୍ମ ମାଧ୍ୟମରେ କଶ୍ମୀରୀ ପଣ୍ଡିତଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ପଳାୟନ କାହାଣୀ ପ୍ରଦର୍ଶିତ କରିଛନ୍ତି । ଦର୍ଶକମାନେ ଏହି ଫିଲ୍ମକୁ ଦେଖିବା ପରେ ଇମୋସନାଲ ହୋଇଯାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ଫିଲ୍ମକୁ ପ୍ରଶଂସା କରିଥିବା ଜଣାପଡ଼ିଛି । ଅନେକ ନେତା ଏହି ଚଳଚ୍ଚିତ୍ରକୁ ନେଇ ଅନେକ ପ୍ରକାର ବୟାନବାଜୀ କରିବା ସହ ବିରୋଧ କରୁଛନ୍ତି । ବିବେକଙ୍କ ସହ ଫିଲ୍ମର ଅନ୍ୟ କଳାକାରମାନେ ମଧ୍ୟ ବିରୋଧାଭାସର ସମ୍ମୁଖୀନ ହେଉଛନ୍ତି । ତେବେ ଫିଲ୍ମଟି ୬ ଦିନ ମଧ୍ୟରେ ବକ୍ସ ଅଫିସରେ ପାଖାପାଖି ୮୦ କୋଟି ଆୟ କରିସାରିଲାଣି ।

Get real time updates directly on you device, subscribe now.