fbpx

କରୋନା ଭାଇରସ୍,  ବିଦେଶରୁ ଆସୁଥିବା ବିମାନଗୁଡ଼ିକ ଉପରେ କଟକଣା

ନୂଆଦିଲ୍ଳୀ, ୧୯ା୩:  କରୋନା ଭାଇରସ୍ ନେଇ ସାରା ବିଶ୍ୱ ବର୍ତ୍ତମାନ ଚିନ୍ତିତ ଅବସ୍ଥାରେ ରହିଛି । ଏନେଇ ଭାରତ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ଯେମିତିକି ମାର୍ଚ୍ଚ ୨୨ରୁ ଅନ୍ତର୍ଜାତୀୟ ବିମାନ ଅବତରଣ ଉପରେ କଟକଣା ଲାଗୁ ହୋଇଛି ।  ବିଦେଶରୁ ଆସୁଥିବା ସମସ୍ତ ବିମାନ ଉପରେ କଟକଣା ଲାଗୁ କରାଯାଇଛି । କରୋନା ସଂକ୍ରମଣ ରୋକିବା ନେଇ ଭାରତ ସରକାର ଏହିପରି ପଦକ୍ଷେପ ନେଇଛନ୍ତିି ।  ସପ୍ତାହକ ପାଇଁ ବିଦେଶୀ ବିମାନ ଭାରତରେ ଅବତରଣ କରିପାରିବେନି ବୋଲି ସୂଚନା ମିଳିଛି ।

ଅନ୍ୟପଟେ ସେହିପରି ୬୫ବର୍ଷରୁ ଅଧିକ ବୟସ୍କ ଲୋକ ଓ ୧୦ବର୍ଷରୁ କମ ବର୍ଷୀୟ ଶିଶୁଙ୍କୁ ବାହାରକୁ ନଛାଡ଼ିବାକୁ ପରାମର୍ଶ ଦିଆଯାଇଛି । କରୋନା ସତର୍କତା ନେଇ ଭାରତ ସରକାର ଏହିପରି ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.