fbpx

୨୫ରେ ଶପଥ ନେବେ ଯୋଗୀ ଆଦିତ୍ୟନାଥ: ଜାଣନ୍ତୁ ନୂଆ ମନ୍ତ୍ରିମଣ୍ଡଳରେ କାହାକୁ ମିଳିବ ସୁଯୋଗ?

ଳଖନଉ: ୨୫ ମାର୍ଚ୍ଚରେ ଯୋଗୀ ଆଦିତ୍ୟନାଥ ଲଖନଉର ଅଟଳ ବିହାର ବାଜପେୟୀ ଏକାନା ଷ୍ଟାଡିୟମରେ ନିଜର ଦ୍ୱିତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ଥିବା ଅନେକ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବେ । ସୂଚନା ଅନୁସାରେ, ମନ୍ତ୍ରିମଣ୍ଡଳର ସ୍ୱରୂପକୁ ନେଇ ମୃହମନ୍ତ୍ରୀ ଅମିତ ଶାହା ଓ ପାର୍ଟିୀ ରାଷ୍ଟୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଯୋଗୀ ଆଦିତ୍ୟନାଥଙ୍କର ଆଲୋଚନା ହୋଇସାରିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଗୋରଖପୁର ଗସ୍ତରେ ଅଛନ୍ତି । ଲଖନଉ ପହଞ୍ଚିବା ମାତ୍ରେ ମନ୍ତ୍ରୀଙ୍କ ସୂଚୀ ତାଲିକା ଚୂଡ଼ାନ୍ତ ହେବ ।

ଦଳ ହିସାବରେ, ବିଧାନସଭା ନିର୍ବାଚନରେ ମିଳିଥିବା ବିଜୟରେ ଯୁବକ ଓ ମହିଳାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୋଗୀ ୨.୦ କ୍ୟାବିନେଟରେ ଯୁବକ ଓ ମହିଳାମାନେ ସାମିଲ ହେବେ । ଯୋଗୀ କ୍ୟାବିନେଟରେ ପଶ୍ଚିମରୁ ନେଇ ପୂର୍ବାଞ୍ଚଳ ପର୍ଯ୍ୟନ୍ତ ପ୍ରତିନିଧିତ୍ୱ ଦେଖିବାକୁ ମିଳିବ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯେଉଁମାନେ ମନ୍ତ୍ରୀ ହେବାକୁ ଯାଉଛନ୍ତି, ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି- ସୁରେଶ ଖାନ୍ନା, ବୃଜେଶ ପାଠକ, ଅଶୁତୋଷ ଟଣ୍ଡନ୍, ସୂର୍ଯ୍ୟପ୍ରତାପ ଶାହି, ଅସୀମ ଅରୁଣ, ବେବୀରାଣୀ ମୌର୍ଯ୍ୟ, ସିଦ୍ଧାର୍ଥନାଥ ସିଂ, ନନ୍ଦଗୋପାଲ, ଜୟପ୍ରତାପ ସିଂ, ଜିତିନ ପ୍ରସାଦ, ଅନିଲ ରାଜଭାର । ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରଥମ କାର୍ଯ୍ୟକାଳରେ ମଧ୍ୟ ମନ୍ତ୍ରୀ ହୋଇଛନ୍ତି । ଏହା ବ୍ୟତୀତ କିଛି ନୂଆ ଚେହେରା ଦେଖିବାକୁ ମିଳିପାରେ, ଯେପରିକି ଅଞ୍ଜୁଲା ମାହୌର, ରାଜେଶ୍ୱର ସିଂ, ଅଜିତ ପାଲ, ମନୋହରଲାଲ କୋରି, ପ୍ରତୀଭା ଶୁକ୍ଲା, ଭିପିନ ଭର୍ମା, ଧର୍ମପାଲ ସିଂ, ମନୀଷା ଅନୁରାଗୀ, କୃଷ୍ଣ ପାସୱାନ, ରାଜୀବ ସିଂ, ଯୋଗେନ୍ଦ୍ର ଉପାଧ୍ୟାୟ, ବୃଜେଶ ସିଂ, ଅମିତ ଅଗ୍ରୱାଲ, ଡକ୍ଟର ଜିଏସ ଧର୍ମେଶ ଏବଂ ଜୟପ୍ରକାଶ ନିଶାଦଙ୍କ ସମେତ ଅନ୍ୟାନ୍ୟ ନାଁ ରହିଛି । ମାର୍ଚ୍ଚ ୨୧ ରେ ୟୁପିର ପର୍ଯ୍ୟବେକ୍ଷକ ଅମିତ ଶାହା ଏବଂ ରଘୁଭର୍ ଦାସ ଲଖନଉକୁ ଆସି କ୍ୟାବିନେଟର ଔପଚାରିକତାରେ ମୋହର ଲଗାଇବେ ।

Get real time updates directly on you device, subscribe now.