fbpx

ପିଚୁ କଡ଼େଇରେ ପଡ଼ିଗଲେ ୩ ଶିଶୁ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିଚୁ କଡ଼େଇରେ ପଡ଼ି ୩ ଜଣ ଶିଶୁ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲାରୁ ଏହି ଦୁଃଖଦ ଖବର ଆସିଛି । ଜିଲ୍ଲାର ବାମେବାରୀ ଥାନା ଅନ୍ତର୍ଗତ କନକନା ଗ୍ରାମରେ ଏପରି ଅଘଟଣ ସାମ୍ନାକୁ ଆସିଛି । ତେବେ ଗ୍ରାମବାସୀମାନେ ଉକ୍ତ ଶିଶୁମାନଙ୍କୁ ମେଡିକାଲ ନେଇ ଚିକିତ୍ସା କରାଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ରାସ୍ତା କାମ ପାଇଁ ପିଚୁ କଡ଼େଇରେ ପିଚୁ ରଖାଯାଇଥିଲା । ମାତ୍ର ଅସାବଧାନତା ବଶତଃ ୩ ଜଣ ଶିଶୁ ଉକ୍ତ କଡ଼େଇରେ ପଡ଼ିଯାଇଥିଲେ । ଏହାପରେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଗ୍ରାମବାସୀଙ୍କ ସହାୟତାରେ ମେଡିକାଲକୁ ନିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗ୍ରାମାଞ୍ଚଳମାନଙ୍କରେ ଅଧିକାଂଶ ସମୟରେ ଶିଶୁମାନେ ରାସ୍ତାକୁ ଆସି ଖେଳାବୁଲା କରିଥାନ୍ତି । ବେଳେବେଳେ ସେମାନଙ୍କ ସହ ବିଭିନ୍ନ ପ୍ରକାର ଦୁର୍ଘଟଣାମାନ ଘଟିଥାଏ । ତେବେ ଏଥିପାଇଁ ପିତାମାତାମାନେ ସେମାନଙ୍କର ଶିଶୁମାନଙ୍କୁ ଯତ୍ନରେ ନିଜ ଘର ଭିତରେ ରଖିବା ଉଚିତ । କଅଁଳ ବୟସରେ ସେମାନେ ସାଧାରଣତଃ ଭଲମନ୍ଦ ବିଷୟରେ ଅଜ୍ଞାତ ଥାନ୍ତି । ତେଣୁ ପିତାମାତା ଏପରି ଦୁଃଖଦ ପରିସ୍ଥିତିର ସାମ୍ନା କରିଥାନ୍ତି ।

Get real time updates directly on you device, subscribe now.