fbpx

ସୁସ୍ଥ ହେବା ପରେ ଗିରଫ ହେଲେ ଜଗଦ୍ଦେବ: ଭୁବନେଶ୍ୱର କୋର୍ଟରେ ହେଲେ ହାଜର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇ ଦେଇଥିବା ବିଧାୟକ ଗିରଫ ହୋଇଛନ୍ତି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ସୁସ୍ଥ ହେବା ପରେ ତାଙ୍କୁ ଗିରଫ କରି ନେଇଛି ପୋଲିସ । ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଭୁବନେଶ୍ୱର ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜଗଦ୍ଦେବଙ୍କୁ କୋର୍ଟରେ ହାଜର କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ,ତେବେ ବ୍ଲକ ଆଗରେ ଭିଡ଼ ଭିତରକୁ ବିଧାୟକଙ୍କ ଗାଡ଼ି ପଶିବାରୁ ଗଣ୍ଡଗୋଳ ହୋଇଥିଲା । ବିଧାୟକଙ୍କ ଗାଡ଼ି ଜୋର ଜବରଦସ୍ତ ପଶିବାରୁ ଗଣ୍ଡଗୋଳ ହୋଇଥିଲା । ଗହଳି ଭିତରକୁ ବିଧାୟକ ନିଜେ ଗାଡ଼ି ଚଳାଇ ଯାଇଥିବା ଅଭିଯୋଗ ହୋଇଛି । ଗାଡ଼ି ଧକ୍କାରେ ୨ ପୋଲିସ କର୍ମଚାରୀଙ୍କ ସମେତ ୫ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଘଟଣା ଯୋଗୁଁ କିଛି ଉତ୍ତ୍ୟକ୍ତ ଲୋକେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲହୁଲୁହାଣ ହୋଇଥିବା ଜଣାପଡିଛି । ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଛି । ଉତ୍ତେଜନା ପାଇଁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

Get real time updates directly on you device, subscribe now.