fbpx

ଚେନ୍ନାଇ ପାଇଁ ବାଧକ ସାଜିପାରେ ଏହି ୩ଟି କାରଣ: କ୍ୟାପଟେନ ଧୋନୀଙ୍କୁ ନେବାକୁ ପଡିବ କିଛି ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତବର୍ଷର ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗସ ଉପରେ ରହିବ ସମସ୍ତଙ୍କ ନଜର । ୨୦୨୦େ ଖରାପ ପ୍ରଦର୍ଶନ ପରେ ଧୋନୀଙ୍କୁ ନେଇ ଉଠିଥିଲା ସମସ୍ତଙ୍କ ଆଙ୍ଗୁଠି । କିନ୍ତୁ ୨୦୨୧ରେ ଜବରଦସ୍ତ କମବ୍ୟାକ କରି ଟ୍ରଫି ହାତେଇବା ସହ ସମସ୍ତଙ୍କୁ ଏହାର ଉତ୍ତର ଦେଇଥିଲେ । କିନ୍ତୁ ଚଳିତ ବର୍ଷ ଧୋନୀଙ୍କ ପାଇଁ ରହିଛି ଅନେକ ବାଧା । ଅନେକ ଅସୁବିଧାକୁ ସାମନା କରିବାକୁ ଯାଉଛି ଚେନ୍ନାଇ । ତେଣୁ ଏସବୁକୁ ସମାଧାନ କରି ପଞ୍ଚମ ଟାଇଟଲ ହାତେଇବାକୁ ଚେଷ୍ଟା କରିବେ ଧୋନୀ ।

ଚଳିତ ସିଜନରେ ଷ୍ଟାର ଓପନର ଫାଫ ଡୁପ୍ଲେସିସଙ୍କୁ ଦଳ ହାତଛଡା କରିଥିବା ବେଳେ ଷ୍ଟାର ବୋଲର ଦୀପକ ଚହର ଆହତ ସମସ୍ୟା ସହ ଯୁଦ୍ଧ କରୁଛନ୍ତି । ତେଣୁ ଏହି ଦୁଇ ଜଣଙ୍କ ବିକଳ୍ପ ଧୋନୀଙ୍କ ପାଇଁ ବଡ ଚିନ୍ତା ହୋଇ ଠିଆ ହୋଇଛି । ତେବେ ଉଭୟଙ୍କ ପ୍ରଦର୍ଶନ ଅନୁସାରେ ଦଳରୁ କୌରସି ବିକଳ୍ପ ଖୋଜିବା ଏକ ବଡ ଚାଲେଞ୍ଜ । ବ୍ୟାଟିଂ ସମୟରେ ଋତୁରାଜ ଗାଏକ୍ୱାଡ ଫିଟ ହୋଇଥିବା ବେଳେ ତାଙ୍କ ସାଥୀରେ କିଏ ମଇଦାନକୁ ଓହ୍ଲାଇବ ସେ ନେଇ ଅଙ୍କ କଷୁଛନ୍ତି କ୍ୟାପଟେନ କୁଲ । ଦଳ ନିକଟରେ ବିଦେଶୀ ଖେଳାଳି ଭାବେ ଡେଭନ କନୱେ ଭଲ ବିକଳ୍ପ ଭାବେ ଥିବା ବେଳେ ଭାରତୀୟ ବିକଳ୍ପ ଭାବେ ରବିନ ଉତ୍ଥାପା ଏବଂ ଅମ୍ବାତି ରାୟୁଡୁ ରହିଛନ୍ତି । ତେବେ ଦୀପକ ଚହରଙ୍କ ସ୍ଥାନରେ ଜଣେ ଦକ୍ଷ ବୋଲରଙ୍କୁ ଖୋଜୁଛି ସିଏସକେ ।

ସେହିପରି ଧୋନୀଙ୍କ ପାଇଁ ଆଉ ଏକ ବାଧା ସୃଷ୍ଟି କରିବ ତାଙ୍କ ନିଜର ଫର୍ମ । ବିଶେଷ କରି ଲେଗ ସ୍ପିନରଙ୍କ ବିପକ୍ଷରେ ତାଙ୍କ ପ୍ରଦର୍ଶନ । ତେଣୁ ଚଳିତ ସିଜନରେ ଧୋନୀଙ୍କୁ ତାଙ୍କ ବ୍ୟାଟିଂ ଫର୍ମରେ ପରିବର୍ତ୍ତନ କରିବାକୁ ପଡିବ । ଜଣେ ଫିନିଶର ଭୂମିକାରେ ତାଙ୍କୁ ପୁଣି ଥରେ ଦେଖିବାକୁ ଚାହିଁବେ ଚେନ୍ନାଇର ପ୍ରଶଂସକ । ଏହାବ୍ୟତୀତ ଜଣେ ଲେଗ ସ୍ପିନରଙ୍କୁ ଦଳରେ ସ୍ଥାନ ଦେବା ନିହାତି ଆବଶ୍ୟ ହୋଇପାରେ । ତେବେ ଏହି ସମସ୍ୟାଗୁଡିକୁ ସମାଧାନ କରିପାରିଲେ ଦଳ ପୁଣି ଥରେ ଚମ୍ପିଆନ ହୋଇପାରିବ ବୋଲି ଆଶା ରହିଛି ।

Get real time updates directly on you device, subscribe now.