fbpx

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡର ତଦନ୍ତ କରିବ କ୍ରାଇମବ୍ରାଞ୍ଚ: ଭାଇ କହିବେ ଭଉଣୀ ଶର୍ମିଷ୍ଠାଙ୍କର ଠିକଣା କେଉଁଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବହୁଚର୍ଚ୍ଚିତ ନୟାଗଡ଼ର କ୍ୟାମେରାମ୍ୟାନ ମାନସ ସ୍ୱାଇଁଙ୍କ ହତ୍ୟା ମାମଲାର କ୍ଷୀଅ ଆଗକୁ ଆଗକୁ ବଢ଼ିବାରେ ଲାଗିଛି । ମାତ୍ର ଏହି ଘଟଣାର ମେନ୍ ଭିଲିଆନ୍ ତଥା ୱେବ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପତ୍ତା ମିଳିପାରୁନାହିଁ । ପୋଲିସ ଆଜି ଭୁବନେଶ୍ୱର ଏୟାରଫିଲ୍ଡ ଥାନାର ଏକ ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କର ଏକ କାରକୁ ଜବତ କରିଥିବା ବେଳେ ଉକ୍ତ କାରରେ ହିଁ ମାନସଙ୍କୁ ଅପହରଣ କରାଯାଇଥିବା ପୋଲିସ ସୂଚନା ଦେଇଛି । ଏହା ମଧ୍ୟରେ ମାନସଙ୍କର ହତ୍ୟାର ତଦନ୍ତ କ୍ରାଇମବ୍ରାଞ୍ଚ କରିବ ବୋଲି ସୂଚନା ଦେଇଛନ୍ତି ଡିଜିପି । କ୍ରାଇମବଞ୍ଚା ଏଡ ଘଟଣାର ପରଦା ପଛର ସମସ୍ତ କଳାକାରନାମାକୁ ସାମ୍ନାକୁ ଆଣିବ ।

ଅନ୍ୟପଟେ ଶର୍ମିଷ୍ଠାଙ୍କର ଭାଇ ପରମେଶ୍ୱର ଚାନ୍ଦବାଲି ଥାନାରେ ପହଞ୍ଚିଛନ୍ତି । ଏକ ପୋଲିସ ଟିମ୍ ପରମେଶ୍ୱରଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଆଣିବାରେ ସକ୍ଷମ ହୋଇଛି । ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ପରମେଶ୍ୱରଙ୍କ ହାତ ଥିବା ସନ୍ଦେହ କରାଯାଉଛି । ତେଣୁ ତାଙ୍କୁ ପଚରାଉଚରା କରିବା ପରେ ସେ ଶର୍ମିଷ୍ଠାଙ୍କ ବିଷୟରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓଗାଳିବାର ସମ୍ଭାବନା ରହିଛି ।

ଜଣାପଡ଼ିଛି ଯେ, ଶର୍ମିଷ୍ଠାଙ୍କ ମୋବାଇଲ ଏବେ ସ୍ୱିଚ୍ ଅଫ୍ ଅଛି । ତାଙ୍କୁ ଧରିବା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଶର୍ମିଷ୍ଠା କିପରି ପୋଲିସକୁ ଚକମା ଦେଇ ପାରିବେ ସେ ନେଇ ସମସ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ପରମେଶ୍ୱର । ଏହି ଘଟଣାରେ ରାଜ୍ୟର ବହୁ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ଥିବା ନେଇ ଗତକାଲି ମାନସଙ୍କ ପରିବାର ବୟାନ୍ ଦେଇଥିଲେ । ପ୍ରଥମରୁ ଏହି ଘଟଣାକୁ ନେଇ ସେତେଟା ଚର୍ଚ୍ଚା ହୋଇନଥିବା ବେଳେ ବର୍ତ୍ତମାନ ଏହା ଏକ ବିଶାଳ ବିଷ ବୃକ୍ଷରେ ପରିଣତ ହେବାରେ ଲାଗିଲାଣି ।

Get real time updates directly on you device, subscribe now.