fbpx

ଶ୍ରୀଲଙ୍କାରେ ଖାଦ୍ୟ ପାଇଁ ହାହାକାର: ଦେଶ ଛାଡୁଛନ୍ତି ନାଗରିକ, ଭାରତରୁ ଉଦ୍ଧାର ହେଲେ ୧୬ ଅନୁପ୍ରବେଶକାରୀ

ନୂଆଦିଲ୍ଲୀ: ସମସ୍ତଙ୍କୁ ପ୍ରିୟ ନିଜ ଦେଶ , କିଏ ଅବା ଚାହେଁ ନିଜ ଭିଟାମାଟି ଛାଡିବାକୁ । ତେବେ ପେଟ ପାଇଁ ସବୁ ନାଟ , ଚାଖେଣ୍ଡେ ପଟର ଭୋକକୁ ମେଣ୍ଟେଇବା ପାଇଁ ଶ୍ରୀଲଙ୍କା ଲୋକେ ଏବେ ଆଶୟ ନେଉଛନ୍ତି ଭାରତର । ମଙ୍ଗଳବାର ଦିନ ୧୬ ଜଣ ଶ୍ରୀଲଙ୍କାରୁ ଭାରତକୁ ଆସିଛନ୍ତି । ତେବେ ନିଜ ଦେଶ ଛାଡି ଭାରତ ଆସିବାର କାରଣ ଶ୍ରୀଲଙ୍କାରେ ବଢୁଥିବାବ ଦରବୃଦ୍ଦି । ଏହିପରିକି ଆସିଥିବା ୧୬ ଜଣରୁ ୬ଜଣ ଭାରତୀୟ ଅଧିକାରୀଙ୍କୁ କହିଲେକି ତାଙ୍କ ଦେଶରେ ଜିନିଷର ମୂଲ୍ୟ ଆକାଶ ଛୁଆଁ ଏବଂ ବେରଜଗାରୀ ଚରମ ସୀମାରେ ତେଣୁ ସେମାନେ ଦେଶ ଛାଡି ଭାରତକୁ ଆସିଛନ୍ତି । ସେମାନଙ୍କୁ ପଚାରିବାରୁ ଜଣାପଡିଲା ଯେ ସେମାନେ ଶ୍ରୀଲଙ୍କାର ଜାଫନା ଓ ତଲାଇମନଗରର ଲୋକ , ଦୁଇଟି ଗ୍ରୁପରେ ଭାରତର ତାମିଲନାଡୁରେ ଆସିଛନ୍ତି । ଏହିପରିକି ଏହି ୧୬ ଜଣଙ୍କ ଭିତରେ ୪ମାସର ଶିଶୁଟେ ଅଛି ।

ଏହା ସହ ପ୍ରତ୍ୟେକ ବ୍ୟକ୍ତି ଭାରତ ଆସିବା ପାଇଁ ୧୦ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ଏବଂ ବର୍ତ୍ତମାନ ଖାଇବା ପାଇଁ ତାଙ୍କ ପାଖରେ କିଛି ନାହିଁ । ଭାରତର ମଡପମ ତଟସୁରକ୍ଷା ବାହୀନି ପକ୍ଷରୁ ଏକ ପ୍ରେସ ବିଜ୍ଞପତି ଦ୍ୱାରା ଏହି ସୂଚନା ପ୍ରଦାନ କରାଯିବା ସହ ଏହି ୧୬ ଜଣଙ୍କୁ ମଡପମ ରିଫୁଜି କେମ୍ପରେ ରଖାଯାଇଛି । ଆଗକୁ ଏହିପରି ଅନେକ ଶ୍ରୀଲଙ୍କା ନାଗରୀକ ଭାରତ ଆସିବାକୁ ଯୋଜନା କରୁଛନ୍ତି ଯେଉଁମାନଙ୍କ ସଂପର୍କୀୟ ଭାରତର ରିଫୁଜି କେମ୍ପରେ କିମ୍ବା ତାମିଲନାଡୁରେ ଅଛନ୍ତି ବୋଲି ସୂଚନା ଦେଇ ଚେତେଇ ଦେଇଛନ୍ତି ମନ୍ନାରରେ କାମ କରୁଥିବା ବିଏସ ଶିବକରଣ ।

Get real time updates directly on you device, subscribe now.