fbpx

IPL 2022: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ, ଦୁଇ ଦଳ ମଧ୍ୟରେ ହେବ କଡା ଟକ୍କର

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଲୋକ ପ୍ରିୟ କ୍ରିକେଟ୍ ଲିଗ୍ ଆଇପିଏଲର ୧୫ତମ ସଂସ୍କରଣ ଶନିବାରଠୁ ଆରମ୍ଭ ହୋଇ ଯାଇଛି । ପ୍ରଥମ ମ୍ୟାଚରେ ଗତ ବର୍ଷର ଉପ ବିଜେତ କୋଲକାତା ନାଇଟ୍ ରାଇଡର୍ସ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗସକୁ ୬ ୱିକେଟରେ ପରାଜିତ କରିଛି । ଆଜି ସୁପର ସଣ୍ଡେରେ ଦୁଇଟି ମୁକାବିଲା ଖେଳାଯିବ । ଆଜିର ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ୫ ଥରର ଆଇପିଏଲ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମୁକାବିଲା ମୁମ୍ବାଇର ବ୍ରାବର୍ଣ୍ଣ ଷ୍ଟାଡିୟମରେ ଅପରାହ୍ନ ୩ଟା ୩୦ରେ ଖେଳାଯିବ । ଆଇପିଏଲ ୨୦୨୦ରେ ଦିଲ୍ଲୀ ପ୍ଲେ ଅଫ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ପନ୍ତଙ୍କ ନେତୃତ୍ୱରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ପ୍ରଦର୍ଶନ କରିଥିଲା । ଅନ୍ୟପଟେ ମୁମ୍ବାଇ ପାଇଁ ଗତ ସିଜିନ ଆଶାନୁରୂପ ନଥିଲା । ଦଳ ୨୦୨୦ରେ ଟାଇଟଲ୍ ଜିତିବାରେ ସଫଳ ହୋଇଥିଲା ମାତ୍ର ଗତ ସିଜିନରେ ଦଳର ଯାତ୍ରା ଲିଗ ପର୍ଯ୍ୟାୟରେ ସମାପ୍ତ ହୋଇଥିଲା । ଆଇପିଏଲର ମେଗା ନିଲାମ କାରଣରୁ ଦୁଇ ଦଳ ମଧ୍ୟରେ କିଛିଟା ପରିବର୍ତ୍ତନ ଦେଖିବାକୁ ମିଳିବ ।

ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏ ପର୍ଯ୍ୟନ୍ତ ୩୦ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ମୁମ୍ବାଇ ୧୬ ଏବଂ ଦିଲ୍ଲୀ ୧୪ଟି ମ୍ୟାଚ୍ ଜିତିଛନ୍ତି । ଏଥିରୁ ସ୍ପଷ୍ଟ ଯେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ଆଇପିଏଲ ୨୦୨୧ରେ ଡିସି ଏବଂ ଏମଆଇ ମଧ୍ୟରେ ଦୁଇଟି ମ୍ୟାଚ୍ ଖେଳା ଯାଇଥିଲା । ତେବେ ଉଭୟ ଥର ଦିଲ୍ଲୀ ଦଳ ଜିତିବାରେ ସଫଳ ହୋଇଥିଲା । ସେହି ପରି ୨୦୨୦ ଆଇପିଏଲରେ ମୁମ୍ବାଇ ଦିଲ୍ଲୀକୁ ୪ଟି ମ୍ୟାଚରେ ହରାଇଥିଲା । ଦୁଇଟି ଲିଗ୍ ମ୍ୟାଚ୍ ସହିତ ଗୋଟିଏ ପ୍ଲେ ଅଫ୍ ଏବଂ ଗୋଟିଏ ଫାଇନାଲ୍ ମ୍ୟାଚ୍ ଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ

ପୃଥ୍ୱୀ ଶୋ, ଟିମ୍ ସେଇଫର୍ଟ, ଶ୍ରୀକର ଭରତ, ଋଷଭ ପନ୍ତ(ୱିକେଟ୍ କିପର/ଅଧିନାୟକ), ରୋଭମ୍ୟାନ ପାୱେଲ, ସରଫରାଜ ଖାନ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ଖଲିଲ ଅହମ୍ମଦ, କୁଲଦୀପ ଯାଦବ, ଚେତନ ସକାରିଆ, ମନ୍ଦୀପ ସିଂହ, କମଲେଶ ନାଗରକୋଟି, ଲଳିତ ଯାଦବ, ଅଶ୍ୱିନ ହେବର, ପ୍ରବୀଣ ଦୁବେ, ରିପଲ ପଟେଲ, ୟଶ ଢୁଲ, ଭିକ୍କି ଓଷ୍ଟୱାଲ ।

ମୁମ୍ବାଇ ଇଣ୍ଡିଆନ୍ସ

ରୋହିତ ଶର୍ମା(ଅଧିନାୟକ), ଇଶାନ କିଷନ(ୱିକେଟ୍ କିପର), ତିଳକ ବର୍ମା, ଦେବାଲ୍ଡ ବ୍ରେଭିସ, କିରେନ ପୋଲାଣ୍ଡ, ଟିମ୍ ଡେଭିଡ, ସଞ୍ଜୟ ଯାଦବ, ଟାଇମଲ ମିଲ୍ସ, ଜୟଦେବ ଉନାଦକତ, ମୟଙ୍କ ମାର୍କେଣ୍ଡ, ଯଶପ୍ରୀତ ବୁମରା, ଅନମୋଲପ୍ରୀତ ସିଂହ, ମୁୁରୁଗନ ଅଶ୍ୱିନ, ରିଲେ ମେରେଡିଥ, ଫାବିଆନ ଆଲେନ, ବାସିଲ ଥମ୍ପି, ରମନଦୀପ ସିଂହ, ଡାନିଏଲ ସାମ୍ସ, ଆର୍ଯ୍ୟନ କୁନାଲ, ଅର୍ଜୁନ ତେନ୍ଦୁଲକର, ରାହୁଲ ବୃଦ୍ଧି, ଅରଶଦ ଖାନ ।

Get real time updates directly on you device, subscribe now.