fbpx

କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍‌ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି

ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍‌ ପ୍ଲାଜା । ଟୋଲ୍‌ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ।

ସେ କହିଛନ୍ତି ଯେ, ଜାତୀୟ ରାଜପଥରେ ଲୋକଙ୍କୁ ଆଉ ଟୋଲ ଟ୍ୟାକ୍ସ ଦେବାକୁ ଛିଡା ହେବାକୁ ପଡିବନି । ସଂସଦର ବଜେଟ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ସୁରକ୍ଷିତ ଯାତାୟତ ଓ ସଡକ ନିର୍ମାଣ କ୍ଷେତ୍ରରେ ନୂଆ ନୂଆ ଜ୍ଞାନକୌଶଳର ବ୍ୟବହାର ଆରମ୍ଭ କରିଛନ୍ତି ସରକାର । ସେହିଭଳି ଟୋଲ ଟିକସ ଆଦାୟ କରିବା କ୍ଷେତ୍ରରେ ମଧ୍ୟ ସରକାର ନୂଆ ଟେକ୍ନୋଲୋଜିର ବ୍ୟବହାର କରିଛନ୍ତି । ଏବେ ଇଲେକଟ୍ରୋନିକ୍ସ ଟୋଲ ଜରିଆରେ ୯୭ ପ୍ରତିଶତ ଟୋଲ ଟିକସ ଆଦାୟ ହେଉଛି । କିନ୍ତୁ ଖୁବଶୀଘ୍ର ଜିପିଏସ ବ୍ୟବସ୍ଥା ଲାଗୁ କରାଯିବ । ଯାହାଦ୍ୱାରା ରାସ୍ତାରେ ଆଉ ଟୋଲ ରହିବନି । ଏହା ଦ୍ୱାରା ଟୋଲ ବ୍ୟବସ୍ଥା ଶେଷ ହେବନି ବରଂ ସମସ୍ତ ଗାଡିରେ ଜିପିଏସ ଲଗାଯିବ । ଯାହାଦ୍ୱାରା ଜଣାପଡିଯିବ ଯେ, ଗାଡି କେଉଁ ସ୍ଥାନରୁ କେଉଁ ସ୍ଥାନକୁ ଯାଇଛି ସେହି ଆଧରରେ ଆକାଉଣ୍ଟରୁ ଟଙ୍କା କଟିବ । ଯାହା ଆଗାମୀ ୩ ମାସ ମଧ୍ୟରେ ପୂରା କରାଯିବ ।

Get real time updates directly on you device, subscribe now.