fbpx

ମ୍ୟାଚ୍ ପୂର୍ବରୁ ଷ୍ଟାର ଅଲରାଉଣ୍ଡରଙ୍କୁ ହେଲା କରୋନା: ୧୩ ଖେଳାଳିଙ୍କ ମଧ୍ୟରୁ ଏକାଦଶ ଚୟନ କଲା ଅଷ୍ଟ୍ରେଲିଆ

ନୂଆଦିଲ୍ଳୀ: ପାକିସ୍ତାନ ଗସ୍ତରେ ରହିଥିବା ଅଷ୍ଟ୍ରେଲିଆ ଦଳକୁ ଶକ୍ତ ଝଟକା । ଷ୍ଟାର ସ୍ପିନ ବୋଲିଂ ଅଲରାଉଣ୍ଡର ଆଷ୍ଟନ ଆଗର କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଜୋଶ୍ ଇଙ୍ଗଲିସ ପୂର୍ବରୁ କରୋନାରେ ଆକ୍ରାନ୍ତ ଥିଲେ । ଦ୍ୱିତୀୟ ଦିନିକିଆ ପୂର୍ବରୁ ଦୁଇ ଜଣ ଖେଳାଳି କରୋନାରେ ଆକ୍ରାନ୍ତ ହୋଇ ବାଦ ପଡିବା କାରଣରୁ ମାତ୍ର ୧୩ ଜଣ ଖେଳାଳିଙ୍କ ମଧ୍ୟରୁ ଚୂଡାନ୍ତ ଏକାଦଶ ବଛା ଯାଇଥିଲା । ମଙ୍ଗଳବାର ଆଗରଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା । ଏହି ଦୁଇ ଖେଳାଳିଙ୍କୁ ବର୍ତ୍ତମାନ ଆଇସୋଲେସନରେ ରଖାଯାଇଛି ।

ମାର୍ଚ୍ଚ ୩୧ ଏବଂ ଏପ୍ରିଲ ୨ତାରିଖରେ ଲାହୋରରେ ଖେଳାଯିବାକୁ ଥିବା ଦ୍ୱିତୀୟ ଓ ତୃତୀୟ ଦିନିକିଆରେ ଉଭୟ ଖେଳାଳି ଅଂଶଗ୍ରହଣ କରିବେ ନାହିଁ । ଏହା ସହିତ ଆଙ୍ଗୁଠିରେ ଆଘାତ କାରଣରୁ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ସେବାରୁ ମଧ୍ୟ ବିରତ ରହିବ ଅଷ୍ଟ୍ରେଲିଆ ଦଳ । ଏହି ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ଏକ ଅନଭିଜ୍ଞ ଦଳ ଖେଳାଇବାକୁ ନିଷ୍ପତ୍ତି ନେଇଥିଲା । ପ୍ୟାଟ କମିନ୍ସ, ଡେଭିଡ ୱାର୍ଣ୍ଣର, ଜୋଶ ହାଜେଲଉଡ, ଗ୍ଲେନ୍ ମ୍ୟାକ୍ସୱେଲ ଏବଂ ଷ୍ଟିଭ୍ ସ୍ମିଥଙ୍କୁ ଏହି ସିରିଜରୁ ବିଶ୍ରାମ ଦିଆଯାଇଛି । ଆଇପିଏଲ ପାଇଁ ଏହି ସମସ୍ତ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି ।

Get real time updates directly on you device, subscribe now.