fbpx

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ: ASI DGଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁରୀ ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଆଜି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଏସଆଇ ଡିଜିଙ୍କୁ ଭେଟିଛନ୍ତି । ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ନେଇ କିଛିଦିନ ହେଲା ବିବାଦ ଦେଖା ଦେଇଛି । ଏଏସଆଇ ଡିଜିଙ୍କୁ ଅପରାଜିତା ନୂଆଦିଲ୍ଲୀରେ ଭେଟି ଶ୍ରୀମନ୍ଦିର ନିକଟରେ ଚାଲିଥିବା ଖନନ କାର୍ଯ୍ୟ ବାବଦରେ ଅବଗତ କରାଇଛନ୍ତି । ଏଥିସହ ଏ ସମ୍ପର୍କରେ ଲୋକସଭାରେ ଉଠାଇବେ ବୋଲି ଅପରାଜିତା କହିଛନ୍ତି ।

ପୂର୍ବରୁ ପୁରୀ ଗସ୍ତ କାଳରେ ସଂଶୋଧିତ ଡିପିଆର୍ ଦେବାକୁ ଡିଜି କହିଥିଲେ । ଡିଜି ସଂଶୋଧିତ ଡିପିଆର ମାଗିଥିଲେ ହେଁ ନିର୍ମାଣ କାର୍ଯ୍ୟ ବନ୍ଦ ନହୋଇ ଜାରି ରହିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ କିଛିଦିନ ତଳେ ଏନଏମଏ ଓ ଏଏସଆଇ ଡିଜିଙ୍କ ପାଖରୁ ଚିଠି ଆସିଥିଲା । ରିସେପ୍ସନ ସେଣ୍ଟର, ଇନଫରମେସନ୍ କମ୍ ଡୋନେସନ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୋଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଆଦିର ନିର୍ମାଣ ଶହେ ମିଟର ନିଷିଦ୍ଧାଞ୍ଚଳର କେଉଁ ଜାଗାରେ କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରିବାକୁ ଚିଠିରେ କୁହାଯାଇଥିଲା । ନଚେତ୍ ମେଘନାଥ ପାଚେରୀଠାରୁ ୨ ଶହ ମିଟର ମଧ୍ୟରେ ଆସୁଥିବା ରେଗୁଲେଟେଡ୍ ଏରିଆରେ ନିର୍ମାଣ କରାଯିବା ନେଇ ସେଥିରେ କୁହାଯାଇଥିଲା ।

Get real time updates directly on you device, subscribe now.