fbpx

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରର ବଡ଼ ଉପହାର: ୩ % ବଢ଼ିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷ ଆସିବା ପୂର୍ବରୁ ସମସ୍ତ କର୍ମଚାରୀଙ୍କୁ ବଡ଼ ଉପହାର ଦେଇଛନ୍ତି କେନ୍ଦ୍ର ସରକାର । କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ବଢ଼ାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଥର ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି ପାଇଛି । କେନ୍ଦ୍ର ସରକାର ଡିଏକୁ ୩ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଶେଷ ନିଷ୍ପତ୍ତି ନିଆସରିଛି । ଏବେ କର୍ମଚାରୀ ଓ ପେନସନଭୋଗୀଙ୍କୁ ୩୪ ପ୍ରତିଶତ ମହଙ୍ଗା ଭତ୍ତା ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହା ପୂର୍ବରୁ ମହଙ୍ଗ ଭତ୍ତା ୩୧ ପ୍ରତିଶତ ଥିଲା ।

ଏହି ଘୋଷଣା ପରେ କର୍ମଚାରୀଙ୍କୁ ଦରମା ସହିତ ସହିତ ବର୍ଦ୍ଧିତ ଡିଏର ଫାଇଦା ଦିଆଯିବ । ସେହିପରି ଜାନୁଆରୀ ଓ ଫେବ୍ରୁଆରୀ ୨୦୨୨ର ବକୟୋ ମଧ୍ୟ ଉପଲବ୍ଧ ହେବ । ନୂଆ ମହଙ୍ଗା ଭତ୍ତା ୧ ଜାନୁଆରୀ ୨୦୨୨ରୁ ଲାଗୁ ହେବ ।

ମାର୍ଚ୍ଚ ମାସରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ସହିତ ସମ୍ପୂର୍ଣ୍ଣ ଦରମା ଦିଆଯିବ । ଅବଶ୍ୟ ବକେୟା ରାଶି ପରେ କ୍ରେଡିଟ୍ ହୋଇପାରେ । ମହଙ୍ଗା ଭତ୍ତା ବା ଡିଏ କୁ ୩ ପ୍ରତିଶତ ବୃଦ୍ଧି ହେବ, ଯାହାର ମୋହର ଲାଗିବା ପରେ କର୍ମଚାରୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେବ । ସରକାରଙ୍କ ଏହି ନିଷ୍ପତ୍ତିରେ ୧ କୋଟିରୁ ଅଧିକ କର୍ମଚାରୀଙ୍କୁ ଲାଭ ମିଳିବ ।

 

Get real time updates directly on you device, subscribe now.