fbpx

୨ ଲକ୍ଷ କୋଟିର ଆର୍ଥିକ ବଜେଟ: ଜାଣନ୍ତୁ କେଉଁ ବିଭାଗ ପାଇଁ ମଞ୍ଜୁର ହେଲା କେତେ ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ସମୁଦାୟ ୧.୧୦ ଲକ୍ଷ ଟଙ୍କାର ବଜେଟ ଉପସ୍ଥାପନ କରାଯାଇଥିବା ବେଳେ ଲୋକଙ୍କ ପାଖକୁ ପୁଣି ଆସିବ କାଳିଆ ଟଙ୍କା । ୧.୧୦ ଲକ୍ଷ କୋଟିରୁ ସରକାରୀ ଯୋଜନା ପାଇଁ ୧ ଲକ୍ଷ କୋଟିର ବ୍ୟବସ୍ଥା ରହିଥିବା ବେଳେ ଅନ୍ୟାନ୍ୟ ଖର୍ଚ୍ଚ ବାବଦରେ ୧୦ ହଜାର କୋଟି ଟଙ୍କା ରଖାଯାଇଛି । ବଜେଟରେ ସ୍ୱରାଷ୍ଟ୍ର ବିଭାଗ ପାଇଁ ୬୩୭୭ କୋଟି ଟଙ୍କା, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିମନ୍ତେ ୧୫୦୦ କୋଟି, ଅର୍ଥ ବିଭାଗ ନିମନ୍ତେ ୫୮ ହଜାର ୯୩୩ କୋଟି ଟଙ୍କା, ନିର୍ମାଣ ବିଭାଗ ପାଇଁ ୮୩୩୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  । ସେହିପରି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିମନ୍ତେ ୧୨୦୪ କୋଟି ୮୮ ଲକ୍ଷ ଟଙ୍କା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସକାଶେ ୨୦୩୩୦ କୋଟି ୭୬ ଲକ୍ଷ ଟଙ୍କା, ଏସସିଏସଟି ବିଭାଗ ପାଇଁ ୪୦୪୯ କୋଟି ୬୯ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଛି  ।

ଅପରପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିମନ୍ତେ ୧୧୫୦୬ କୋଟି, ଗୃହ ନିର୍ମାଣ ଓ ପୌର ଉନ୍ନୟନ ବିଭାଗ ସକାଶେ ୬୪୯୮ କୋଟି, ଯୋଜନା ଓ ସଂଯୋଜନା ବିଭାଗ ନିମନ୍ତେ ୬୪୫୬ କୋଟି ୬୪ ଲକ୍ଷ ଟଙ୍କା, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପାଇଁ ୨୧୨୪୬ କୋଟି ୪୨ ଲକ୍ଷ ଟଙ୍କା, ଜଳସମ୍ପଦ ବିଭାଗ ନିମନ୍ତେ ୧୦ ହଜାର ୪୫ କୋଟି ଟଙ୍କା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପାଇଁ ୬୨୭୬ କୋଟି ଟଙ୍କା, ଗ୍ରାମ୍ୟ ଉନ୍ନୟନ ବିଭାଗ ନିମନ୍ତେ ୬୫୫୯ କୋଟି ଟଙ୍କା, ଶକ୍ତି ବିଭାଗ ନିମନ୍ତେ ୩୪୭୯ କୋଟି ଟଙ୍କା, ମହିଳା ଓ ଶିଶୁକଲ୍ୟାଣ ପାଇଁ ୩୫୬୬ କୋଟି ଟଙ୍କା, ଉଚ୍ଚଶିକ୍ଷା ବିଭାଗ ସକାଶେ ୨୮୦୭ କୋଟି ଟଙ୍କା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ନିମନ୍ତେ ୩୭୦୫ କୋଟି ଟଙ୍କା ଓ ମିଶନ ଶକ୍ତି ନିମନ୍ତେ ୨ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି  ।

Get real time updates directly on you device, subscribe now.