fbpx

ଭାଙ୍ଗିବାକୁ ଯାଉଛି ଇମ୍ରାନ ଖାନଙ୍କ ସରକାର: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସେନାମୁଖ୍ୟ ବାଜୱା

ନୂଆଦିଲ୍ଳୀ: ପାକିସ୍ତାନରେ ରାଜନୈତିକ ସଙ୍କଟ କମିବାର ନାମ ନେଉନାହିଁ । ଇମ୍ରାନ ଖାନଙ୍କ ସରକାର ଭାଙ୍ଗିବାକୁ ଯାଉଥିବା ବେଳେ ସେନାମୁଖ୍ୟ ବାଜୱା ଇମ୍ରାନ ଖାନଙ୍କୁ ଭେଟିଛନ୍ତି । ଇମ୍ରାନ ଖାନଙ୍କ ପାକିସ୍ତାନ ତେହରିକ୍ ଏ ଇନସାଫ୍ ଦଳ ନିକଟରେ ଆବଶ୍ୟକ ସମର୍ଥନ ନଥିବା ବେଳେ ସେନାମୁଖ୍ୟଙ୍କୁ ଭେଟିବା ପରେ ନୂତନ ସମୀକରଣକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ବୁଧବାର ତେହରିକ୍ ଏ ଇନସାଫ ସରକାରରୁ ବେଲୁଚିସ୍ତାନ ଆୱାମ ପାର୍ଟି ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛି ।

ଆସନ୍ତା ଏପ୍ରିଲ ୪ ତାରିଖରେ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବ । ଉଲ୍ଲେଖ ଯୋଗ୍ୟ ଯେ ୧୦୦ ରୁ ଅଧିକ ପାକିସ୍ତାନ ମୁସଲିମ ଲିଗ୍ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟିର ୧୦୦ରୁ ଅଧିକ ସାଂସଦ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି । ମନ୍ତ୍ରୀମାନେ ଆଢୁଆଳରେ ରହି କୋଉ ପାଣି କୁଆଡ଼େ ଯାଉଛି ତାହା ପରଖୁଛନ୍ତି ଏବଂ ଉପଯୁକ୍ତ ସମୟକୁ ଅପେକ୍ଷା କରିଛନ୍ତି । ତେବେ ସଂଘୀୟ ସ୍ତରରେ ପ୍ରଧାନମନ୍ତ୍ରୀଙ୍କୁ ଢେର ସମର୍ଥନ ମିଳୁଛି । ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶୀଙ୍କ ସମେତ ଶକ୍ତିମନ୍ତ୍ରୀ, ସୂଚନା ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆଭ୍ୟନ୍ତ୍ରରୀଣ ମନ୍ତ୍ରୀ ପମୁଖ ଇମ୍ରାନଙ୍କ ସମର୍ଥନରେ ଠିଆ ହୋଇଛନ୍ତି । ଅନ୍ୟପକ୍ଷରେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିପଦ ସମୟରେ କିଛି ମନ୍ତ୍ରୀ କୁଆଡ଼େ ଗାୟବ ହୋଇ ଯାଇଛନ୍ତି । ଯେଉଁଥିରେ ସେମାନଙ୍କ ମନୋଭାବ ବି ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପକ୍ଷରେ ଇମ୍ରାନ ଖାନ ଇସଲାମାବାଦରେ ଏକ ରାଲି କରି ପରେ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି ।

Get real time updates directly on you device, subscribe now.