fbpx

ଏହି ଖେଳାଳିଙ୍କ ଆଶା ଭାଙ୍ଗି ଦେଲା ଧୋନୀଙ୍କର ଗୋଟିଏ ନିଷ୍ପତ୍ତି: ମନରେ ରହିଗଲା ଦୀର୍ଘ ଦିନର ଇଚ୍ଛା

ନୂଆଦିଲ୍ଲୀ: IPL ର ୨୦୨୨ ସିଜନରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚଳିତ ସିଜନରେ ଦଶଟି ଦଳ ଖେଳୁଥିବା ବେଳେ ଧୋନୀ ଏବଂ କୋହଲି ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । କୋହଲି ଗତ ବର୍ଷରୁ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ । କିନ୍ତୁ ଧୋନୀ ମ୍ୟାଚ ଆରମ୍ଭର ମାତ୍ର ୨ ଦିନ ପୂର୍ବରୁ ନେତୃତ୍ୱ ଛାଡିବା ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଏହି ନିଷ୍ପତ୍ତିକୁ ନେଇ ଚେନ୍ନାଇର ଜଣେ ଖେଳାଳି ନିଜ ଦୁଃଖ ପ୍ରକାଶ କରିଛନ୍ତି । ମନର କଷ୍ଟକୁ ଏକ ଭିଡିଓ ଜରିଆରେ ପୋଷ୍ଟ କରିଛନ୍ତି ଚେନ୍ନାଇର ସୁପର କିଙ୍ଗ ।

ସିଏସକେର ଓପନର ବ୍ୟାଟ୍ସମ୍ୟାନ ଡିଭନ କନୱେ ଧୋନୀଙ୍କ ଅଧିନାୟକ ପଦ ଛାଡିବା ନେଇ ଖୁବ ଦୁଃଖ ପ୍ରକାଶ କରିଛନ୍ତି । ଧୋନୀଙ୍କ ନେତୃତ୍ୱରେ ଖେଳିବା କନୱେଙ୍କର ଏକ ସ୍ୱପ୍ନ ଥିଲା । ସିଏସକେ ଦଳରେ ଯୋଡି ହେବା ପରେ ତାଙ୍କର ଏହି ଇଚ୍ଛା ପୂରଣ ହେବ ବୋଲି ସେ ଭାବିଥିଲେ । କିନ୍ତୁ ତାଙ୍କ ସ୍ୱପ୍ନ ସ୍ୱପ୍ନରେ ହିଁ ରହିଗଲା । ଚଳିତ ସିଜନରେ ଧୋନୀଙ୍କ ପରିବର୍ତ୍ତେ ନେତୃତ୍ୱ ନେଉଛନ୍ତି ଅଲରାଉଣ୍ଡର ସାର ରବିନ୍ଦ୍ର ଜାଡେଜା । ଏହାପରେ ଡିଭନ କନୱେ ତାଙ୍କର ଏହି ଇଚ୍ଛାକୁ ନେଇ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଧୋନୀଙ୍କ ଏହି ନିଷ୍ପତ୍ତି ତାଙ୍କ ଜୀବନର ଏକ ବଡ ଆଶାକୁ ଭାଙ୍ଗି ଦେଇଥିଲା ବୋଲି କହିଛନ୍ତି ଡିଭନ କନୱେ ।

Get real time updates directly on you device, subscribe now.