ନୂଆଦିଲ୍ଲୀ: ୧୫ର ଦ୍ୱିତୀୟ ଲିଗ ମ୍ୟାଚ ଖେଳିବା ପାଇଁ ମଇଦାନରେ ପହଞ୍ଚିଛନ୍ତି ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷେ୍ନø ସୁପର ଜିଆଣ୍ଟସ । ଲକ୍ଷେ୍ନøର ଅଧିନାୟକ କେ. ଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଉଭୟ ଦଳ ନିଜର ପ୍ରଥମ ମ୍ୟାଚରେ ପରାଜୟର ସାମନା କରି ଏଠାରେ ପହଞ୍ଚିଛନ୍ତି । ସୁନ୍ଦର ବ୍ୟାଟିଂ ଲାଇନ ଅପ ସହିତ ଉଭୟ ଦଳ ଖୁବ ଶକ୍ତିଶାଳୀ ମନେ ହେଉଥିବା ବେଳେ ଗତ ମ୍ୟାଚରେ ପ୍ରଦର୍ଶନକୁ ଭୁଲି ପାରିବେ ନାହିଁ ରାହୁଲ ଏବଂ ଜାଡେଜା ।
ଦ୍ୱିତୀୟ ମ୍ୟାଚରେ ରାହୁଲ ଗୋଟିଏ ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇଛନ୍ତି । ଦଳରେ ଯୋଗ ଦେଇଥିବା ଆଣ୍ଡ୍ର୍ୟୁ ଟାଇଙ୍କୁ ଦ୍ୱିତୀୟ ମ୍ୟାଚରେ ସୁଯୋଗ ମିଳିଛି । ମେହସିନ ଖାନଙ୍କ ପରିବର୍ତ୍ତେ ଦଳରେ ତାଙ୍କୁ ସ୍ଥାନ ଦେଇଛନ୍ତି ଅଧିନାୟକ ରାହୁଲ । ଅନ୍ୟ ପକ୍ଷରେ ଜାଡେଜା ୩ଟି ବଡ ପରିବର୍ତ୍ତନ ସହ ଦ୍ୱିତୀୟ ମ୍ୟାଚ ଖେଳିବେ । ଦ୍ରୁତ ବୋଲର ଆଡାମ ମିଲନେ ଆହତ ଯୋଗୁଁ ଦଳରୁ ବାଦ ପଡିଥିବା ବେଳେ ଷ୍ଟାର ଅଲରାଉଣ୍ଡର ମୋଇନ ଅଲୀ ମ୍ୟାଚରେ କମବ୍ୟାକ କରୁଛନ୍ତି । ସେହିପରି ମିଚେଲ ସାଣ୍ଟନର ଏବଂ ଡିଭନ କନୱେ ମଧ୍ୟ ଦ୍ୱିତୀୟ ମ୍ୟାଚରେ ସ୍ଥାନ ପାଇ ପାରି ନାହାନ୍ତି । ସେମାନଙ୍କ ସ୍ଥାନରେ ମୁକେଶ ଚୌଧୁରୀ ଏବଂ ଡ୍ୱେନ ପ୍ରିଟୋରିୟସଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ସାର ଜାଡେଜା । ତେବେ ଚେନ୍ନାଇ ଏହି ମ୍ୟାଚରେ ୩ ବିଦେଶୀ ଖେଳାଳିଙ୍କ ସହ ମଇଦାନକୁ ଓହ୍ଲାଇବ ।
ଚେନ୍ନାଇର ସୁପର କିଙ୍ଗସ:
Triple Change for the Lion up today! ???#LSGvCSK #WhistlePodu #Yellove ? pic.twitter.com/E21jzaJHzT
— Chennai Super Kings (@ChennaiIPL) March 31, 2022
ଋତୁରାଜ ଗାଏକ୍ୱାଡ, ରବିନ ଉତ୍ଥାପା, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(ଅଧିନାୟକ), ଏମ. ଏସ ଧୋନୀ(ୱିକେଟ କିପର), ଶିବମ ଦୁବେ, ଡ୍ୱେନ ବ୍ରାଭୋ, ଡ୍ୱେନ ପ୍ରିଟୋରିୟସ, ମୁକେଶ ଚୌଧୁରୀ, ତୁଷାର ଦେଶପାଣ୍ଡେ
ଲକ୍ଷେ୍ନø ସୁପର ଜିଆଣ୍ଟସ:
हमारे गयारह नवाब जो आज बढ़ाएंगे मैदान में लखनऊ की शान ?? #LSG #AbApniBaariHai #LSGvCSK #IPL2022 pic.twitter.com/jAzbjlkhVK
— Lucknow Super Giants (@LucknowIPL) March 31, 2022
କେ. ଏଲ ରାହୁଲ(ଅଧିନାୟକ), କ୍ୱିଣ୍ଟନ ଡି କକ୍(ୱିକେଟ କିପର), ଏଭିନ ଲୁଇଓ, ମନୀଷ ପାଣ୍ଡେ, ଦୀପକ ହୁଡ୍ଡା, ଆୟୁଷ ବଦୋନୀ, କ୍ରୁନାଲ ପାଣ୍ଡ୍ୟା, ଦୁଷ୍ମନ୍ତ ଚମୀରା, ଆଣ୍ଡ୍ର୍ୟୁ ଟାଇ, ରବି ବିଷ୍ଣୋଇ ଏବଂ ଆଭେଶ ଖାନ