NASA ଏବଂ ESA ସହିତ ସମ୍ପର୍କ ଭାଙ୍ଗିଲା ଋଷ: ଇଣ୍ଟରନେସନାଲ ସ୍ପେସ ଷ୍ଟେସନ ସହିତ ବି ସହଯୋଗିତା ଶେଷ

ନୂଆଦିଲ୍ଳୀ: ଆନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ସହିତ ସମସ୍ତ ସମ୍ପର୍କ ଶେଷ କରିବା ପାଇଁ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି ଋଷ ରାଷ୍ଟ୍ରପତି ପୁତିନ । ଋଷର ସ୍ପେସ ଏଜେନ୍ସି ରସକୋସମୋସର ପ୍ରମୁଖ ଦିମିତ୍ରୀ ରୋଗୋଜିନ ଏ ନେଇ ସୂଚନା ଦେଇଛନ୍ତି । ଆଗକୁ ଋଷ ଆମେରିକା ଅନ୍ତରୀକ୍ଷ ଏଜେନ୍ସି ନାସା ଏବଂ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ସହିତ ମିଶି କାମ କରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛି ।

ୟୁକ୍ରେନ ସହିତ ଯୁଦ୍ଧ ପରଠୁ ଋଷ ଗୋଟିଏ ପରେ ଗୋଟିଏ ଦେଶ ଏବଂ ଅନୁଷ୍ଠାନ ସହିତ ସମ୍ପର୍କ ହରାଇ ଚାଲିଛି । ଆମେରିକା ବ୍ରିଟେନ ସହିତ ଅନ୍ୟ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଥିବା ବେଳେ ଏବେ ଆଉ ନାସା ଏବଂ ୟୁରୋପ ସ୍ପେସ ଏଜେନ୍ସି ସହ ସମ୍ପର୍କ ଛିନ୍ନ ହୋଇଛି । ଏହି ଉଭୟ ଏଜେନ୍ସି ସହିତ ଚାଲିଥିବା ସମସ୍ତ ପ୍ରକଳ୍ପର କାର୍ଯ୍ୟସୂଚୀ ଖୁବ ଶୀଘ୍ର ଋଷକୁ ହସ୍ତାନ୍ତର କରାଯିବ ବୋଲି ଦିମିତ୍ରୀ ପ୍ରକାଶ କରିଛନ୍ତି । ଅନ୍ତରାଷ୍ଟ୍ରୀୟ ସ୍ପେସ ଷ୍ଟେସନ ହିଁ ଶେଷ ଏବଂ ମହତ୍ତ୍ୱପୂର୍ଣ୍ଣ ପ୍ରକଳ୍ପ ଯେଉଁଥିରେ ଋଷର ରସକୋସମୋସ, ଆମେରିକାର ନାସା ଏବଂ ୟୁରୋପୀୟ ଅନ୍ତରୀକ୍ଷ ଏଜେନ୍ସି ଏକାଠି କାମ କରୁଛନ୍ତି । ତେବେ ଋଷ ଏବଂ ୟୁକ୍ରେନ ଯୁଦ୍ଧ ପରେ ଏହି ପ୍ରୋଜେକ୍ଟକୁ ନେଇ ଚାଲିଥିବା କାମକୁ ସସପେଣ୍ଡ କରି ଦିଆଯାଇଛି ।