fbpx

ଧୂମ୍ରପାନ ଯୋଗୁଁ ମାରାତ୍ମକ ରୋଗର ହୋଇଥାଏ ବିନାଶ! ବୈଜ୍ଞାନିକ କଲେ ଆଶ୍ଚର୍ଯ୍ୟକର ଖୁଲାସା

ଧୂମ୍ରପାନ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଏହାଯୋଗୁଁ ଶରୀରରେ ଅନେକ ରୋଗ ଦେଖାଦେଇଥାଏ । କିନ୍ତୁ ଅନେକ ସମୟରେ ଲୋକମାନେ କହିଥାନ୍ତି ଯେ ସେମାନେ ସ୍ମୋକିଂ ସହ ଉଚିତ୍ ଖାଦ୍ୟ ମଧ୍ୟ ଖାଇଥାନ୍ତି ଏବଂ ବ୍ୟାୟାମ ମଧ୍ୟ କରିଥାନ୍ତି ଫଳରେ ସେମାନେ ସୁସ୍ଥ ରହିଥାନ୍ତି । ପ୍ରକୃତରେ ଏଭଳି ହୋଇନଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ଠିକ୍ ଖାଦ୍ୟ ଖାଇବା ଏବଂ ବ୍ୟାୟାମ କରିବା ଦ୍ୱାରା ଧୂମ୍ରପାନ ଯୋଗୁଁ ହେଉଥିବା ରୋଗର ବିପଦ କମ ହୋଇନଥାଏ ।

ଏଥିପାଇଁ ଧୂମ୍ରପାନକୁ ଏବଂ ଏହାର ପ୍ରଭାବକୁ ନେଇ ବିଶେଷଜ୍ଞ ଲଗାତାର ଅନୁସନ୍ଧାନ ଜାରି ରଖିଛନ୍ତି । କିନ୍ତୁ ନିକଟରେ ଏକ ଅନୁସନ୍ଧାନରୁ ଏକ ଆଶ୍ଚର୍ଯ୍ୟକର ଖୁଲାସା ଦେଖିବାକୁ ମିଳିଛି । ରିସର୍ଚ୍ଚରେ କୁହାଯାଇଛି ଯେ ଯେଉଁ ଲୋକମାନେ ଧୂମ୍ରପାନ କରୁଛନ୍ତି ସେମାନଙ୍କଠାରେ ହାର୍ଟ ଆଟାକ୍ ସମ୍ଭାବନା କମ୍ ହୋଇଥାଏ । କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଆପଣ ହାର୍ଟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଧୂମ୍ରପାନ କରିବା ଆରମ୍ଭ କରିଦେବେ ।

ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଅନୁସନ୍ଧାନ

ଏହି ଅନୁସନ୍ଧାନ ଇରବିଡରେ ଜର୍ଡନ ୟୁନିଭର୍ସିଟି ଅଫ୍ ସାଇନ୍ସ ଆଣ୍ଡ୍ ଟେକ୍ନୋଲୋଜୀର ଅନୁସନ୍ଧାନକାରୀ ଦ୍ୱାରା କରାଯାଇଛି ଏବଂ ଏହାକୁ ଏକ୍ସପେରିମେଣ୍ଟାଲ ବାୟୋଲୋଜୀ ଜର୍ଣ୍ଣାଲରେ ପ୍ରକାଶିତ କରାଯାଇଛି । ଏହି ଗବେଷଣାର କୋ-ରାଇଟର ସଇଦ ଖତିବ କହିଛନ୍ତି ଏହି ଗବେଷଣାର ଉଦ୍ଦେଶ୍ୟ ଥିଲା ଧୂମ୍ରପାନ କରୁଥିବା ବ୍ୟକ୍ତି, ଧୂମ୍ରପାନ କରୁନଥିବା ବ୍ୟକ୍ତି, ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏବଂ ଲୋ ବ୍ଲଡ ପ୍ରେସର ଥିବା ବ୍ୟକ୍ତିଙ୍କ ମଧ୍ୟରେ  ଜାରି ଏ୧ଏଟି ର ପ୍ଲାଜମା ଲେଭଲର ତୁଳନା କରିବା ।

ଏହି ଗବେଷଣା ୨୯ ପୁରୁଷ ଏବଂ ୧୧ ମହିଳାଙ୍କୁ ନେଇ କରାଯାଇଥିଲା । ଧୂମ୍ରପାନ କରୁଥିବା ଏବଂ ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କୁ ୪ ଗ୍ରୁପ୍ ରେ ବିଭକ୍ତ କରାଯାଇଥିଲା । ଏହାପରେ ୧,୪,୨୪, ୪୮ ଏବଂ ୯୬ ଘଣ୍ଟା ମଧ୍ୟରେ ସେହି ଲୋକଙ୍କ ବ୍ଲଡ ସାମ୍ପଲ ନିଆଯାଇଥିଲା ।

ଆଲ୍ଫା-୧ ଆଣ୍ଟି ଟ୍ରିପ୍ସିନ(ଏ୧ଏଟି) ଏକ ପ୍ରୋଟିନ, ଯାହା ଲିଭରରେ ମିଳିଥାଏ ଏବଂ ଶରୀରର ଟିସୁଗୁଡ଼ିକୁ ରକ୍ଷା କରିଥାଏ । ଗବେଷଣା ଅନୁଯାୟୀ ଧୂମ୍ରପାନ କରୁନଥିବା ବ୍ୟକ୍ତିଙ୍କ ଠାରେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଆଲଫା-୧ ଆଣ୍ଟି ଟ୍ରିପ୍ସିନ ର ସ୍ତର କମ ରହିଥିଲା । ଗବେଷଣାରୁ ଜଣାପଡ଼ିଥିଲା ଯେ ହାର୍ଟ ଆଟାକ୍ ସମୟରେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରେ ଏ୧ଏଟି  ଅଧିକ ମାତ୍ରା ରହୁଛି ଯାହା ସେହି ଲୋକଙ୍କୁ ବଞ୍ଚିବା ପାଇଁ ଅଧିକ ସମ୍ଭାବନା ଥାଏ  । ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ଠାରେ ଆଲଫା-୧ ଆଣ୍ଟି ଟ୍ରିପ୍ସିନ ଲେଭଲ ଅଧିକ ରହିବା ଯୋଗୂଁ ହାର୍ଟ ସମ୍ବନ୍ଧିତ ରୋଗର ବିପଦ କମ୍ ହୋଇଥାଏ ।

ଗବେଷଣା ପରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏହାର ଅର୍ଥନୁହେଁ ଆପଣ ଧୂମ୍ରପାନ କରିବା ଉଚିତ୍ । ବୈଜ୍ଞାନିକମାନେ କହିଛନ୍ତି ଏହା ସାମ୍ନାକୁ ଆସିଛି ସତ କିନ୍ତୁ ଏହା ଉପରେ ଏବେ ଆହୁରି ଅଧିକ ରିସର୍ଚ୍ଚର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.