fbpx

ଦୁଇଦିନର ନବଜାତକକୁ ପିତା ଦେଇଦେଲେ ବିଷାକ୍ତ ଇଞ୍ଜେକସନ, ସଙ୍ଗେସଙ୍ଗେ ଚାଲିଗଲା ଛୁଆଟିର ଜୀବନ

ନୂଆଦିଲ୍ଲୀ: ପିତାମାତା ନିଜର ମନ, ପ୍ରାଣ ସବୁକିଛି ତ୍ୟାଗ କରି ସନ୍ତାନକୁ ମଣିଷ କରିବାକୁ ପ୍ରୟାସ କରିଥାନ୍ତି । ତେବେ ଆଜିର ସମାଜରେ ଏପରି କିଛି ରାକ୍ଷସ ପ୍ରବୃତ୍ତିର ଲୋକ ଅଛନ୍ତି, ଯେଉଁମାନେ ନିଜ ରକ୍ତର ସନ୍ତାନକୁ ନିର୍ଯାତନା ଦେବା ସହ ମାରିବାକୁ ମଧ୍ୟ ପଛାନ୍ତି ନାହିଁ । ଏଭଳି ଏକ ଘଟଣା ଝାଡ଼ଖଣ୍ଡରେ ଦେଖିବାକୁ ମିଳିଛି । ଜଣେ ବାପା ନିଜର ଦୁଇଦିନର ଛୁଆକୁ ବିଷାକ୍ତ ଇଞ୍ଜେକସନ୍ ଦେଇ ହତ୍ୟା କରିଛି । ଛୁଆଟିର ମାଆ ଏନେଇ ପୋଲିସର ଏଫଆଇଆର ଦାୟର କରିଥିବା ଜଣାପଡ଼ିଛି ।

ଖବର ମୁତାବକ, ମହିଳାଙ୍କ ଜଣଙ୍କ ମାଆ ହୁଅନ୍ତୁ ଏକଥା ତାଙ୍କର ସ୍ୱାମୀ ଚାହୁଁ ନଥିଲେ । ପୂର୍ବରୁ ସ୍ୱାମୀ ଜଣଙ୍କ ତାଙ୍କ ପତ୍ନୀଙ୍କର ଦୁଇ ଦୁଇଥର ଗର୍ଭପାତ କରାଇ ସାରିଛନ୍ତି । ଏପରିକି ଯୁବକ ଜଣଙ୍କ ତାଙ୍କ ପତ୍ନୀଙ୍କୁ ଜୀବନରୁ ମାରିବାକୁ ମଧ୍ୟ ଉଦ୍ୟମ କରିଥିଲେ । ପୋଲିସ ଅଭିଯୁକ୍ତ ପିତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

ମହିଳା ଜଣଙ୍କ କହିଛନ୍ତି ଯେ, ତାଙ୍କ ସ୍ୱାମୀ ତାଙ୍କୁ କିଛି ଦିନ ପୂର୍ବରୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ପତିଙ୍କ ସହିତ ଏହି କାରନାମାରେ ଶାଶୂ, ଦିଅର ମଧ୍ୟ ସାମିଲ ରହିଛନ୍ତି । ଡାକ୍ତର ଓ ନର୍ସମାନେ ମନା କରିବା ପରେ ବି ତାଙ୍କ ସ୍ୱାମୀ ବିଷାକ୍ତ ଇଞ୍ଜେକସନ ଦେଇଥିଲେ । ଛୁଆଟିର ମୃତ୍ୟୁ ଘଟିବା ପରେ ତାଙ୍କ ସ୍ୱାମୀ ଜଣଙ୍କ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରି ଭଙ୍ଗାରୁଜା କରିଥିଲେ ।

Get real time updates directly on you device, subscribe now.