fbpx

ନିର୍ଭୟା ପାଣ୍ଠିରୁ ଓଡ଼ିଶାକୁ ମିଳିଛି ୨୬.୫୪ କୋଟି ଟଙ୍କା, ରାଜ୍ୟ ସଭାରେ ସୂଚନା ଦେଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ନୂଆଦିଲ୍ଲୀ: ନିର୍ଭୟା ପାଣ୍ଠି ମାଧ୍ୟମରେ କେନ୍ଦ୍ର ସରକାର ୨୦୨୧-୨୨ ରେ ଓଡ଼ିଶାକୁ ୨୬.୫୪ କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ମହିଳା ବିରୋଧୀ ହିଂସା ଘଟଣାର ନିରାକରଣ ପାଇଁ ‘ୱାନ ଷ୍ଟପ୍‌ ସେଣ୍ଟର’ ଖୋଲିବା ଏବଂ ପରିଚାଳନା କରିବା ଲାଗି ଏହି ଅର୍ଥ ବିନିଯୋଗ କରାଯାଇଛି ବୋଲି କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ବୁଧବାର ରାଜ୍ୟ ସଭାରେ ଏହି ସୂଚନା ଦେଇଛନ୍ତି ।

ନିର୍ଭୟା ପାଣ୍ଠି ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ଇରାନୀ କହିଥିଲେ ଯେ ମହିଳାଙ୍କ ବିରୋଧରେ ହିଂସା ଘଟଣାର ନିରାକରଣ ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଏବଂ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । ନିର୍ଭୟା ପାଙଋି ମାଧ୍ୟମରେ ଏସବୁ ଯୋଜନାର କାର୍ଯ୍ୟକାରିତା ପାଇଁ ଅର୍ଥ ଯୋଗାଇ ଦିଆଯାଉଛି । ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏବେ ସୁଦ୍ଧା ନିର୍ଭୟା ପାଙଋିରେ ୬୨୧୨.୮୫ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥିମଧ୍ୟରୁ ୪୩୬୬.୮୯ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପ ଏବଂ ଯୋଜନା କାର୍ଯ୍ୟକାରୀ କରିବା ଲାଗି ସମ୍ପୃକ୍ତ ମନ୍ତ୍ରଣାଳୟ ଏବଂ ବିଭାଗକୁ ଜାରି କରାଯାଇଛି । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ମୁଖ୍ୟତଃ ଚାହିଦା ଆଧାରରେ ନିର୍ଭୟା ପାଙଋିର ଅର୍ଥ ବିନିଯୋଗ କରାଯାଇଥାଏ । ନିର୍ଭୟା ପାଙଋିର ବ୍ୟବସ୍ଥା ଅନୁଯାୟୀ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରାଯାଇଛି । ପାଙଋି ଅଧୀନରେ ବରାଦ ହେଉଥିବା ଅର୍ଥ ବ୍ୟୟ କରିବା ନିମନ୍ତେ ଏହି କମିଟିକୁ ଅବଗତ କରାଯାଇଥାଏ ଏବଂ କମିଟି ଏଥିାଇଁ ଆବଶ୍ୟକ ସୁାରିସ ମଧ୍ୟ କରିଥାଏ ।

Get real time updates directly on you device, subscribe now.