fbpx

ପାରାଦୀପ ଉପାଧ୍ୟକ୍ଷ ପଦ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ: ବିଜେଡିକୁ ମିଳିଲା ମାତ୍ର ୬ଟି ଭୋଟ୍

ପାରାଦୀପରେ ସ୍ୱାଧୀନ ପ୍ରାର୍ଥୀଙ୍କ ହାତକୁ ଗଲା ପୌରାଧ୍ୟକ୍ଷ ପଦ । ବିଜେଡିର କ୍ରସ୍ ଭୋଟିଂ ଯୋଗୁଁ ଉପାଧ୍ୟକ୍ଷ ପଦ ହାତେଇଲେ ସ୍ୱାଧୀନ ପ୍ରାର୍ଥୀ । ବାପି ସର୍ଖେଲଙ୍କ ଗୋଷ୍ଠୀର ସ୍ୱାଧୀନ ସଦସ୍ୟା ଛବିଲତା ରାଉତ ହେଲେ ଉପାଧ୍ୟକ୍ଷା ।

ଛବିଲତାଙ୍କୁ ୧୦ଟି ଭୋଟ୍ ମିଳିଥିବାବେଳେ ପ୍ରତିପକ୍ଷ ବିଜେଡିର ପ୍ରଭାତି ନାୟକଙ୍କୁ ୬ ଟି ଭୋଟ୍ ମିଳିଥିଲା । ବିଜେଡିର ୭ କାଉନସିଲର ଥିଲେ ବି ମିଳିଲା ୬ ଖଣ୍ଡ ଭୋଟ୍ । ତେବେ ବିଜେଡିର ଜଣେ କାଉନସିଲର କ୍ରସ୍ ଭୋଟିଂ କରିଥିବା ଅନୁମାନ କରାଯାଉଛି । ବିଜେଡି ଏଜେଣ୍ଟ ଦେଇନଥିବାରୁ କିଏ କ୍ରସ୍ ଭୋଟିଂ କଲେ ଅସ୍ପଷ୍ଟ । ମୋଟ ୧୯ ୱାର୍ଡ ମଧ୍ୟରୁ ସ୍ୱାଧୀନ ସର୍ବାଧିକ ୮ ଟି ୱାର୍ଡରେ ଜିତିଥିଲେ । ବିଜେଡି ୭, ବିଜେପି ୩, କଂଗ୍ରେସ ଗୋଟିଏ ୱାର୍ଡରେ ଜିତିଥିଲେ । ୧୦ଟି ଭୋଟ୍ ହାତେଇ ପାରାଦୀପର ୧୯ଟିରୁ ୮ଟି ୱାର୍ଡରେ ଜିତିଥିଲେ ସ୍ୱାଧୀନ ପ୍ରାର୍ଥୀ ।

Get real time updates directly on you device, subscribe now.