fbpx

ହ୍ୟାକ୍ ହେଲା ମୁଖ୍ୟମନ୍ତ୍ରୀଙ୍କ ଟ୍ୱିଟ୍ଟର ଆକାଉଣ୍ଟ: ଏମିତି ପୋଷ୍ଟ କଲେ ହ୍ୟାକର

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଅଫିସିଆଲ ଟ୍ୱିଟ୍ଟର ଆକାଉଣ୍ଟ ହ୍ୟାକ୍ ହୋଇଛି । ଶନିବାର ସକାଳୁ ସକାଳୁ ମୁଖ୍ୟମନ୍ତ୍ରୀଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ବେଳେ ପ୍ରାୟ ୪ ଘଣ୍ଟା ଧରି ଏହା ହ୍ୟାକ୍ ହୋଇଥିଲା । ୪ଘଣ୍ଟା ପରେ ଆକାଉଣ୍ଟକୁ ରିଷ୍ଟୋର କରାଯାଇଥିବା ବେଳେ ଟ୍ୱିଟ୍ ଗୁଡିକ ଧୀରେ ଧୀରେ ଡିଲିଟ୍ କରାଯାଉଛି ।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟ୍ଟର ହ୍ୟାଣ୍ଡେଲକୁ ହ୍ୟାକ କରାଯିବା ସହିତ ହ୍ୟାକର ମାନେ ୧୦୦ରୁ ଅଧିକ ଟ୍ୱିଟ୍ କରିଥିଲେ । ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଫାଇଲ୍ ଫଟୋ ଏବଂ କଭର ଫଟୋ ହଟାଇ ଦେଇଥିଲେ । ବୁଲଡୋଜର ବାବା ନାମରେ ୟୁପିରେ ପ୍ରସିଦ୍ଧି ହାସଲ କରିଥିବା ବେଳେ ଆକାଉଣ୍ଟ ହ୍ୟାକ ହେବା ବେଳକୁ ୟୁଜର ନେମ୍ ବ୍ଲ୍ୟୁ ବ୍ୟାଜର ରଖାଯାଇଥିଲା ।

ଏନେଇ କିଛି ବ୍ୟକ୍ତି ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ କରି ଟ୍ୱିଟ୍ କରିବା ପରେ ଆକାଉଣ୍ଟ ରିଷ୍ଟୋର କରାଯିବା ସହିତ ଟ୍ୱିଟ୍ ଗୁଡିକୁ ଡିଲିଟ୍ କରାଯାଇଥିଲା ।

Get real time updates directly on you device, subscribe now.