ଚାପୁଡ଼ା ପଡ଼ିଲା ମହଙ୍ଗା: ୧୦ ବର୍ଷ ପାଇଁ ବାସନ୍ଦ ହେଲେ ଓସ୍କାର ବିଜେତା ୱିଲ ସ୍ମିଥ୍ [Video]

ନୂଆଦିଲ୍ଲୀ: ହଲିଉଡ ସୁପରଷ୍ଟାର ୱିଲ ସ୍ମିଥଙ୍କୁ ଓସ୍କାରରୁ ୧୦ ବର୍ଷ ପାଇଁ ବ୍ୟାନ୍ କରି ଦିଆଯାଇଛି। ୯୪ ତମ ଏକାଡେମୀ ଆୱାର୍ଡରେ ୱିଲ୍, କ୍ରିସ୍ ରକଙ୍କୁ ମଞ୍ଚରେ ଚାପୁଡ଼ା ମାରିବା ଘଟଣା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର ଦିନ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ସ ଆର୍ଟ ଆଣ୍ଡ ସାଇନ୍ସର ଆୟୋଜକମାନେ ସେମାନଙ୍କର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏକାଡେମୀର ବୋର୍ଡ ଅଫ୍ ଗଭର୍ନର୍ସ ୱିଲ ସ୍ମିଥଙ୍କ ଦଣ୍ଡାଦେଶ ସମ୍ପର୍କରେ ଏକ ବୈଠକ କରିଥିଲେ। ଯାହା ପରେ ତାଙ୍କୁ ୧୦ ବର୍ଷ ପର୍ୟ୍ୟନ୍ତ ଓସ୍କାରରୁ ବ୍ୟାନ୍ କରିବାକୁ ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚ ୨୭, ୨୦୨୨ ରେ ୱିଲ ମଞ୍ଚକୁ ଯାଇ ହୋଷ୍ଟ କ୍ରିସ ରକଙ୍କୁ ଚାପୁଡ଼ା ମାରିଥିଲେ। ପରେ ସ୍ମିଥ ଏଥିପାଇଁ କ୍ଷମା ମାଗିଥିଲେ। ସେ କହିଥିଲେ ୱିଲ ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପରିହାସ କରୁଥିଲେ, ଯେଉଁଥିପାଇଁ ସେ ଅତ୍ୟନ୍ତ ଭାବପ୍ରବଣ ହୋଇଥିଲେ। ଏହି ଘଟଣା ପରେ ୱିଲ୍ ନିଜେ ବି ଏକାଡେମୀରୁ ଇସ୍ତଫା ଦେଇଥିଲେ, ଯାହା ଗ୍ରହଣ କରାଯାଇଥିଲା। ଏହି ମାମଲାରେ କ୍ରିସ୍ ରକ୍ ମଧ୍ୟ ପୋଲିସ୍ ନିକଟରେ କୌଣସି ଅଭିଯୋଗ କରିନଥିଲେ।