fbpx

ନାଗ ହତ୍ୟାର ପ୍ରତିଶୋଧ ନେଲା ନାଗୁଣୀ: ୨୪ ଘଣ୍ଟା ନପୁରୁଣୁ ଫିଲ୍ମ ଷ୍ଟାଇଲରେ ନେଲା ପୁଅର ଜୀବନ

ଅନେକ ସମୟରେ ଫିଲ୍ମରେ ଆପଣ ଦେଖିଥିବେ ଯେ ନାଗକୁ ମାରିବା କାରଣରୁ ନାଗୁଣୀ ଏହାର ପ୍ରତିଶୋଧ ନେଇଥାଏ । ତେବେ ଏଭଳି କିଛି ସତରେ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ । ଯେଉଁଠାରେ ଜୋଶୀପୁର ଗ୍ରାମର ଜଣେ ଶ୍ରମିକଙ୍କ ପୁଅକୁ ସାପ କାମୁଡ଼ିବାରୁ ମୃତ୍ୟୁ ହୋଇଛିା । ବଡ଼ କଥା ହେଉଛି ଗତକାଲି ମୃତକଙ୍କ ବାପା ଏକ ନାଗ ସାପକୁ ମାରିଥିଲେ । କୁହାଯାଉଛି ସାପ ପ୍ରତିଶୋଧ ନେବା ପାଇଁ ଏଭଳି କରିଛି ।

ସୂଚନା ଅନୁଯାୟୀ ଜୋଶିପୁରରେ ରହୁଥିବା କିଶୋରୀ ଲାଲ ଜଣେ ଶ୍ରମିକ । ଚୈତ୍ର ନବରାତ୍ରରେ ତାଙ୍କ ଘରେ ପୂଜାର୍ଚ୍ଚନା ହେଉଥିଲା । କିନ୍ତୁ ଗୁରୁବାର ସକାଳେ ତାଙ୍କ ଘର ନିକଟରୁ ଏକ ସାପ ବହାରିଥିଲା । ଯାହାକୁ ଦେଖିବା ପରେ ଘରେ ହୋହାଲ୍ଲା ହୋଇଥିଲା । ଏହାପରେ କିଶୋରୀ ଲାଲ ଏବଂ ତାଙ୍କ ସମ୍ପର୍କୀୟ ମିଶି ସାପଟିକୁ ମାରିଦେଇଥିଳେ । ଏହାପରେ ପରିବାର ପୂଜା ପାଠରେ ଲାଗିଯାଇଥିଲେ ।

ଘଟଣାକୁ ୨୪ ଘଣ୍ଟା ହୋଇନଥିବାବେଳେ ରାତି ପ୍ରାୟ ୨ଟା ବେଳେ ଅନ୍ୟ ଏକ ସାପ ଆସି କିଶୋରୀ ଲାଲଙ୍କ ୧୨ବର୍ଷୀୟ ପୁଅକୁ କାମୁଡ଼ିଥିଲା । ସାପ କାମୁଡ଼ିବାରେ ତାଙ୍କ ପୁଅ ଚିଲ୍ଲେଇବାକୁ ଲାଗିଥିଲା । ତାଙ୍କର ପାଟିଶୁଣି ପରିବାର ଲୋକ ଉଠିଯାଇଥିଲେ ଏବଂ ଏବ ସାପକୁ ଦେଖିଥିଲେ ପରିଜନମାନେ ସାପକୁ ମାରିଦେଇଥିଲେ । ଏହାପରେ ପୁଅକୁ ହୋଶଙ୍ଗାବାଦ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ସ୍ଥିତି ଗମ୍ଭୀର ହେବାରୁ ତାଙ୍କୁ ଭୋପାଳ ରେଫର କରାଯାଇଥିଲା କିନ୍ତୁ ହୋଶଙ୍ଗାବାଦରୁ ଭୋପାଳ ନେବା ବାଟରେ କିଶୋରୀଲାଲଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା । ଆଉ ହଠାତ୍ ଏଭଳି ଘଟଣାକୁ ନେଇ ପରିବାର ଉପରେ ଚଡ଼କ ପଡ଼ିଛି ।  ପୋଲିସ କୁ ଏନେଇ ସୂଚନା ଦିଆଯାଇଛି ।

ତେବେ ଘଟଣାକୁ ଗ୍ରାମବାସୀ ଚଳଚ୍ଚିତ୍ରର କାହାଣୀ ବୋଲି କହିଛନ୍ତି । କାରଣ ଫିଲ୍ମରେ ଏଭଳି ଅନେକ ସମୟରେ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.