fbpx

ଭୁବନେଶ୍ୱରରେ ଖେଳାଳିଙ୍କୁ ସିନିୟରଙ୍କ ନିର୍ଯ୍ୟାତନା ! ଜାଣନ୍ତୁ କ’ଣ କହିଲେ DCP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖେଳିବାକୁ ଆସି ଜଣେ ଆଥଲେଟ୍ ନିର୍ଯ୍ୟାତନାର ଶିକାର ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଭୁବନେଶ୍ୱରର ଏକ ଘରୋଇ ୟୁନିଭର୍ସିଟି ହଷ୍ଟେଲରେ ଖେଳାଳି ଜଣକ ଉତ୍ପୀଡ଼ନର ଶିକାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ରାଉରକେଲାର ସଂପୃକ୍ତ ଜୁନିଅର ଆଥଲେଟଙ୍କୁ ସିନିୟର ନିର୍ଯ୍ୟାତନା କରିଥିବା ଅଭିଯୋଗ ହୋଇଛି । ଷ୍ଟେଟ ମିଟ ଖେଳିବାକୁ ଅରାସିଥିବା ୧୬ ବର୍ଷର ଛାତ୍ରକୁ ନିର୍ଯ୍ୟାତନା ଦିଆଯାଇଥିଲା ।

୩ ଜଣ ସିନିୟର ନିର୍ଯ୍ୟାତନା ଦେବା ସହ ଭିଡିଓ କରିଥିବା ଅଭିଯୋଗ ହୋଇଛି । ରାଉରକେଲା ୨, ପୋଷ୍ଟାଲର ଜଣେ ସିନିଅର ଆଥଲେଟଙ୍କ ନାଁରେ ଅଭିଯୋଗ ହୋଇଛି । ଆତ୍ମହତ୍ୟ ଉଦ୍ୟମ ବେଳେ ପୁଅକୁ ଉଦ୍ଧାର କରିଥିଲେ ମାଆ । ଏନେଇ ଇନଫୋସିଟି ଥାନାରେ ଅଭିଯୋଗ ପରେ ପୀଡ଼ିତ ଆଥଲେଟଙ୍କୁ ଧରି ଡିସିପିଙ୍କ ଅଫିସରେ ପହଞ୍ଚିଥିଲେ ବାପା ଓ ମାଆ । ଡିସିପିଙ୍କୁ ଭେଟିବା ପରେ ଇନଫୋସିଟି ଥାନାରେ ଏକ ମାମଲା ରୁଜୁ ହୋଇଛି । ମାମଲା ରୁଜୁ ପରେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖୋଦ୍ ଏସିପି ଏହି ମାମଲାର ତଦାରଖ କରିବେ ବୋଲି ଜଣାପଡିଛି ।

ଏହି ମାମଲାରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସେ କହିଛନ୍ତି ଯେ, ‘ଇନଫୋସିଟି ଥାନାରେ ସିନିୟରଙ୍କ ନିର୍ଯ୍ୟାତନା ନେଇ ମାମଲା ରୁଜୁ ହୋଇଛି । ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି ।’

Get real time updates directly on you device, subscribe now.