fbpx

ମୁମ୍ବାଇରେ ମାତିଲେ ଗବର ସିଂହ: ଶିଖରଙ୍କ ଧମାକାଦାର ପାଳିରେ ପଞ୍ଜାବ ଦେଲା ବଡ ଲକ୍ଷ୍ୟ

ମୁମ୍ବାଇ: ଟସ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ରୋହିତ ଶର୍ମାଙ୍କର ଫେଲ ମାରିଛି । ପଞ୍ଜାବ କିଙ୍ଗସର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଏବଂ ଶିଖର ଧୱନଙ୍କ ବ୍ୟାଟିଂ ଆଗରେ ମୁମ୍ବାଇର କୌଣସି ବୋଲର ସଫଳତା ପାଇ ପାରି ନାହାନ୍ତି । ଫଳରେ ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ ହରାଇ ୧୯୮ ରନ ସଂଗ୍ରହ କରି ନେଇଛି ପଞ୍ଜାବ । ଦଳ ପକ୍ଷରୁ ଉଭୟ ଓପନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି ।

ପଞ୍ଜାବ କ୍ଷରୁ ପାଳି ଆରମ୍ଭ କରିଥିବା ଅଧିନାୟକ ମୟଙ୍କ ଅଗ୍ରୱାଲ ଏବଂ ଶିଖର ଧୱନଙ୍କ ବ୍ୟାଟ ଖୁବ ଗର୍ଜିଛି । ମୁମ୍ବାଇ ବିରୁଦ୍ଧରେ ଉଭୟ ଖେଳାଳି ଖେଳିଛନ୍ତି ଦମଦାର ପାଳି । ଅଧିନାୟକ ମୟଙ୍କ ଅଗ୍ରୱାଲ ୩୨ ବଲରେ ୨ ଛକା ଏବଂ ୬ ଚୌକା ସହିତ ୫୨ ରନ ସଂଗ୍ରହ କରିଥିବା ବେଳେ ଟିମର ଗବର ଶିଖର ଧୱନ ୫୦ ବଲରେ ୭୦ ରନର ଧମାକାଦାର ପାଳି ଖେଳିଛନ୍ତି । ତାଙ୍କର ଏହି ପାଳିରେ ସାମିଲ ରହିଛି ୩ଟି ବିଶାଳ ଛକା ଏବଂ ୫ଟି ଚୌକା । ଏହାପରେ ଜିତେଶ ଶର୍ମା ମଧ୍ୟ ୧୫ ବଲରେ ୩୦ ରନର ଏକ ଦ୍ରୁତ ପାଳି ଖେଳିଛନ୍ତି, ଯେଉଁଥିରେ ୨ଟି ଲେଖାଏଁ ଛକା ଏବଂ ଚୌକା ସାମିଲ ରହିଛି । ଶାହରୁଖ ଖାନ ମଧ୍ୟ ଶେଷରେ ୬ ବଲରୁ ୨ଟି ଛକା ସହ ୧୫ ରନ କରିଛନ୍ତି । ୨୦ ଓଭର ଶେଷ ସୁଦ୍ଧା ଦଳ ୫ ୱିକେଟ ବିନିମୟରେ ୧୯୮ ରନ ସଂଗ୍ରହ କରିବା ସହ ମୁମ୍ବାଇ ଇଣ୍ଡିଆନ୍ସକୁ ୧୯୯ ରନର ଏକ ବଡ ଲକ୍ଷ୍ୟ ଦେଇଛି ।
ମୁମ୍ବାଇ ପକ୍ଷରୁ ବାସିଲ ଥାମ୍ପି ୪ ଓଭରରେ ୪୭ ରନ ଦେଇ ୨ ୱିକେଟ ନେଇଥିବା ବେଳେ ଜୟଦେବ ଉନାଦକ. ଜଶପ୍ରୀତ ବୁମରାହ ଏବଂ ମୁରୁଗାନ ଅଶ୍ୱୀନ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । ତେବେ ତାଇମାଲ ମିଲ୍ସ ଏକମାତ୍ର ଖେଳାଳି ଭାବେ ୱିକେଟଶୂନ୍ୟ ରହିଛନ୍ତି ।

Get real time updates directly on you device, subscribe now.