ନୂଆଦିଲ୍ଲୀ: ନୋଏଡ଼ା ଓ ଗାଜିଆବାଦ ପରେ ରାଜଧାନୀ ଦିଲ୍ଲୀରେ କରୋନା ମହାମାରୀ ଏଣ୍ଟ୍ରି ମାରିଛି । ଦିଲ୍ଲୀର ଏକ ଘରୋଇ ସ୍କୁଲରେ ଜଣେ ଛାତ୍ର ଓ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହା ପରେ କ୍ଲାସର ସମସ୍ତ ଛାତ୍ରଙ୍କୁ ଛୁଟି ଦିଆଯାଇଛି । ଦିଲ୍ଲୀ ସରକାର ମଧ୍ୟ ମାମଲା ଉପରେ କଡ଼ା ନଜର ଦେଇଛନ୍ତି ।
ମାମଲାକୁ ନେଇ ଆପ୍ ନେତା ଆତିଶ କହିଛନ୍ତି ଯେ, ‘ଏକ ଘରୋଇ ସ୍କୁଲର ଜଣେ ଛାତ୍ର ଓ ଶିକ୍ଷକ କରୋନା ସଂକ୍ରମିତ ହୋଇଥିବା ଶୁଣିବାକୁ ମିଳିଛି । ଏହା ପରେ ସେହି କ୍ଲାସର ସମସ୍ତ ପିଲାଙ୍କୁ ଛୁଟି ଦିଆଯାଇଛି ।’ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି ବୋଲି ସେ କହିଛନ୍ତି ।
ନିକଟରେ ନୋଏଡ଼ା ଓ ଗାଜିଆବାଦର କିଛି ସ୍କୁଲରେ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହା ପରେ ସ୍କୁଲକୁ ବନ୍ଦ କରିଦିଆଯାଇଥିଲା । ରାଜଧାନୀ ଦିଲ୍ଲୀରେ ପୁଣି ଥରେ କରୋନା ମହାମାରୀ ବ୍ୟାପିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ପଜିଟିଭ ରେଟ୍ ୨.୭୦ % ବଢ଼ିଥିବା ଜଣାପଡିଛି ।