ଆଫଗାନିସ୍ତାନ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ପାକିସ୍ତାନ । ଏଥିରେ ପ୍ରାୟ ୩୦ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ମିଡିଆ ରିପୋର୍ଟ କରିଛି । ଟୋଲୋ ନ୍ୟୁଜ୍ ରିପୋର୍ଟ ମୁତାବକ ଆଫଗାନିସ୍ତାନର ଦକ୍ଷିଣପୁର୍ବ କୁନାର ଏବଂ ଖୋସ୍ତ ପ୍ରାନ୍ତରେ ପାକିସ୍ତାନୀ ସେନା ପକ୍ଷରୁ ଏୟାର ଷ୍ଟ୍ରାଇକ କରାଯାଇଛି । ଏଥିରେ ମହିଳା ଶିଶୁଙ୍କ ସମେତ ଅନେକ ଲୋକେ ଆହତ ହୋଇଛନ୍ତି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବିକ ପାକିସ୍ତାନୀ ବିମାନ କୁନାରରେ ସିଲ୍ଟନ ଅଞ୍ଚଳ ଏବଂ ଖୋସ୍ତରେ ଏୟାର ଷ୍ଟ୍ରାଇକ କରିଛନ୍ତି । ଏଥିରେ ବହୁ ସଂଖ୍ୟାରେ ସାଧାରଣ ଲୋକେ ଆହତ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ ପାକିସ୍ତାନ ସରକାର କିମ୍ବା ଆଫଗାନିସ୍ତାନ ବିଦେଶ ମନ୍ତ୍ରଳାୟ ତରଫରୁ କୌଣସି ସୂଚନା ମିଳିନାହିଁ ।
ତେବେ ଖୋସ୍ତ ସୁରକ୍ଷା ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ଏହି ବିଷୟରେ ସୂଚନା ଦିଆଯାଇଛି । କିନ୍ତୁ ଏଥିରେ କେତେ ଲୋକେ ହତାହତ ହୋଇଛନ୍ତି ସେ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି । ତେବେ ସ୍ଥାନୀୟ ଲୋକଙ୍କ କହିବା ମୁତାବିକ ଏହି ଏୟାର ଷ୍ଟ୍ରାଇକରେ ପ୍ରାୟ ୩୦ ଜନଙ୍କର ମୃତ୍ୟୁ ଘଟିଛି ।
ଆଫଗାନିସ୍ତାନରେ ତାଲିବାନ ସରକାର ଆସିବା ପରେ ଦୁଇ ଦେଶ ମଧ୍ୟରେ ସୀମାକୁ ନେଇ ସାମାନ୍ୟ ବିବାଦ ଦେଖାଯାଇଛି । ସ୍ଥାନୀୟ ମିଡିଆ ରିପୋର୍ଟ ମୁତାବକ କିଛି ଦିନ ତଳେ ପାକିସ୍ତାନୀ ସେନାର ଏକ ହେଲିକାପ୍ଟରକୁ ଗୁଳି ମାରିବା ପରେ ତାଲିବାନ ଏବଂ ପାକିସ୍ତାନ ସୈନିକ ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନର ନୀମରୋଜ ପ୍ରାନ୍ତରେ ଡୁରାଣ୍ଡୋ ସୀମାରେ ଉଭୟ ପକ୍ଷ ହାଇ ଆଲର୍ଟରେ ଅଛନ୍ତି ।