fbpx

ଦିଲ୍ଲୀ: ହନୁମାନ ଜୟନ୍ତୀ ଶୋଭାଯତ୍ରା ସମୟରେ ହିଂସା, ପଥରମାଡ଼ରେ ଅନେକ ପୋଲିସ କର୍ମୀ ଆହତ

ଦିଲ୍ଲୀର ଜାହାଙ୍ଗୀର ପୁରୀରେ ହନୁମାନ ଜୟନ୍ତୀ ଅବସରରେ ଦୁଇ ପକ୍ଷ ମଧ୍ୟରେ ହିଂସା ହେବାର ଖବର ଆସିଛି । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ପ୍ରବଳ ପଥର ମାଡ଼ ହୋଇଥିଲା । ଘଟଣାରେ ପୋଲିସ କର୍ମିଙ୍କ ସମେତ ଅନେକ ଲୋକ ଆହତ ହୋଇଛନ୍ତି । ଏଥି ସହିତ ଘଟଣାରେ ଉତ୍ୟକ୍ତ ଲୋକେ ଅନେକ ଗାଡ଼ି ଭାଙ୍ଗାରୁଜା ହୋଇଥିବା ସୂଚନା ମିଳିିଛି । ଆହତ ମାନଙ୍କୁ ତୁରନ୍ତ ଜାହାଙ୍ଗିରପୁରୀରୁ ବାବୁ ଜଗଜୀବନ ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ପରେ ଅଞ୍ଚଳରେ ଭାରି ମାତ୍ରାରେ ପୋଲିସ ମୁତୟନ ହୋଇଛନ୍ତି । ହିଂସା ସୃଷ୍ଟି କରିଥିବା ଲୋକଙ୍କୁ ଧରିବା ପାଇଁ ପୋଲିସ ବର୍ତ୍ତମାନ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବାହାରିବା ସମୟରେ କୌଣସି କାରଣରୁ ଦୁଇ ଗୋଷ୍ଠି ମଧ୍ୟରେ ପ୍ରଥମେ ଝଗଡ଼ା ହୋଇଥିଲା । ଧୀରେଧୀରେ ସ୍ଥିତି ଅଣଆୟତ ହୋଇଯାଇଥିଲା । ଦୁଇ ପକ୍ଷରୁ ଅନ୍ଧାନ୍ଧୁନ ପରସ୍ପର ଉପରେ ପଥର ମାଡ଼ କରାଯାଇଥିଲା । ଘଟଣାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବା ଅନେକ ପୋଲିସ କର୍ମୀ ଏହି ପଥର ମାଡ଼ରେ ଆହତ ହୋଇଥିଲେ ।

କୁହାଯାଉଛି ଯେ ହିଂସା ସୃଷ୍ଟିକାରୀ ଅନେକ ଗାଡ଼ି ଏବଂ ଦୋକାନରେ ନିଆଁ ଲଗାଇ ଦେଇଛନ୍ତି । ଏଥି ସହିତ କିଛି ପୋଲିସଙ୍କୁ ଗୁଳି ଲାଗିଥିବାର ଖବର ମଧ୍ୟ ଆସିଛି । ଏହା ପରେ ଜିଲ୍ଲା ବରିଷ୍ଠ ଅଧିକାରୀ ଭାରି ପୋଲିସ ଫୋର୍ସ ସହିତ ଅଞ୍ଚଳରେ ପହଁଞ୍ଚି ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଦଚେଷ୍ଟା କରୁଛନ୍ତି । ପୋଲିସ ପକ୍ଷରୁ ଲୋକମାନଙ୍କୁ ଶାନ୍ତି ବନାଇ ରଖିବାକୁ ଅନୁରୋଧ କରାଯାଉଛି ।

ଏହା ପୁର୍ବରୁ ଦେଶର ୫ରୁ ୭ ରାଜ୍ୟରେ ରାମନବମୀ ଦିନ ଶୋଭାଯାତ୍ରା ସମୟରେ ହିଂସାର ଖବର ଆସିଥିଲା । ବିଭିନ୍ନ ସ୍ଥାନରେ ଦୁଇ ଗୋଷ୍ଠି ମଧ୍ୟରେ ହୋଇଥିବା ହିଂସାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ମଧ୍ୟ ଆସିଛି ।

Get real time updates directly on you device, subscribe now.