fbpx

(Video) ଫ୍ୟାନଙ୍କ ଇଚ୍ଛା ପୂରଣ କଲେ ଆମୀର ଖାନ: ପରିବାର ସହ ଘରକୁ ଡକାଇ କଲେ ସେଲିବ୍ରେସନ

ବଲିଉଡର ପ୍ରସିଦ୍ଧ ଅଭିନେତାଙ୍କର ଅନେକ ଫ୍ୟାନ ରହିଛନ୍ତି, ଏହି ଫ୍ୟାନ୍ ମାନେ ନିଜ ପସନ୍ଦର କଳାକାରଙ୍କୁ ପାଖରେ ଦେଖିବା ପାଇଁ କିଛିବି କରିବାକୁ ପ୍ରସ୍ତୁତ ଥା’ନ୍ତି । ଆଉ ଏମିତିରେ ଯଦି ସୁପରଷ୍ଟାର ଜଣକ ସାମ୍ନାରୁ ନିମନ୍ତ୍ରଣ ଦିଅନ୍ତି ତେବେ ଆପଣ ଖୁସି ତ’ ନିଶ୍ଚୟ ହୋଇଯିବେ ।

ଆମିର ଖାନ ନିକଟରେ ନିଜ ସବୁଠୁ ବଡ଼ ଫ୍ୟାନ ରୂହୀ ଦୋସାନୀଙ୍କ ସହ ବୈଶାଖୀ ଉତ୍ସବ ପାଳନ କରିଛନ୍ତି  । ଆମୀର ତାଙ୍କୁ ତାଙ୍କର ପୂରା ପରିବାର ସହ ନିଜ ଘରକୁ ନିମନ୍ତ୍ରଣ କରିଥିଲେ, ଆଉ ସମସ୍ତେ ମିଶି ଖୁବ୍ ମଜା ମଧ୍ୟ କରିଛନ୍ତି । ରୂହୀ, ଯାହାଙ୍କର ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ ରହିଛନ୍ତି, ସେ ଆମିରଙ୍କ ବଡ଼ ଫ୍ୟାନ୍ । ତାଙ୍କର ସ୍ୱପ୍ନ ସତ ହୋଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ରୂହୀ ବୈଶାଖୀ ଉତ୍ସବ ପାଳନ କରିବା ପାଇଁ କାନାଡାରୁ ଭାରତ ଆସିଥିଲେ ଆଉ ଏହି ସମୟରେ ସେ ଆମୀର ଖାନଙ୍କୁ ନିମନ୍ତ୍ରଣ ଦେଇଥିଲେ ଏବଂ ତାଙ୍କ ସହ ଉତ୍ସବ ପାଇଁ କହିଥିଲେ, ରୂହୀ ଆଶା ରଖିଥିଲେ ଯେ ଆମୀର ତାଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବେ । କିନ୍ତୁ ସେ ଏହା କେବେବି ଭାବିନଥିଲେ ଯେ ଆମୀର ତାଙ୍କୁ ଏବଂ ତାଙ୍କ ପରିବାରକୁ ନିଜ ଘରକୁ ହିଁ ଡାକିବେ । ଏହା ଶୁଣିବା ପରେ ରୂହୀ ଖୁସିରେ ବିଭୋର ହୋଇଯାଇଥିଲେ ।

ରୂହୀଙ୍କର ସୋସିଆଲ ମିଡିଆରେ ୯୨୪ କେ ଫଲୋଅର ଅଛନ୍ତି । ତେବେ ନିମନ୍ତ୍ରଣ ମିଳିବା ପରେ ରୂହୀ ଏବଂ ତାଙ୍କ ପରିବାର ବଲିଉଡ ସୁପରଷ୍ଟାରଙ୍କ ଘରେ ପହଞ୍ଚିଥିଲେ । ଆମୀର ମଧ୍ୟ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ରୂହୀ ଏବଂ ତାଙ୍କ ପରିବାର ଆମୀରଙ୍କ ଘରେ ବୈଶାଖୀ ଉତ୍ସବ ପାଳନ କରିଥିଲେ ଏବଂ ସମସ୍ତେ ମିଶି ଖୁବ ମଜା କରିଥିଲେ, ଖାଇଥିଲେ, ଆମୀର ରୂହୀଙ୍କ ସହ ଭାଙ୍ଘଡ଼ା ମଧ୍ୟ କରିଥିଲେ । ଆଉ ଏହି ପୂରା ଉତ୍ସବ ମୁହୂର୍ତ୍ତର ଭିଡିଓ ରୂହୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି । ତେବେ ଫ୍ୟାନ ମଧ୍ୟ ତାଙ୍କର ଏହି ଭିଡିଓକୁ ଖୁବ୍ ଭଲପାଇବା ଦେଉଛନ୍ତି । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Ruhee Dosani (@ruheedosani)

Get real time updates directly on you device, subscribe now.