ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ ଯୋଡ଼ି ମଧ୍ୟରୁ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ ପ୍ରଭୁ ଅନ୍ୟତମ । ତେବେ ଗତ କିଛି ଦିନ ତଳେ ଉଭୟେ ଅଚାନକ ଭାବରେ ଅଲଗା ହେବାର ନିଷ୍ପତି ନେଇଥିଲେ । ଯାହ ତାଙ୍କର ପ୍ରଶଂସକମାନଙ୍କୁ ହତବାକ କରି ଦେଇଥିଲା । ବିବାହର ୪ ବର୍ଷ ପରେ ଦୁହେଁ ବିଚ୍ଛେଦ ନେଇ ସୋସିଆଲ ମିଡିଆରେ ଘୋଷଣା କରିଥିଲେ । ଏହି ଖବର କିଛି ଦିନ ବିତିଯାଇଛି । ବର୍ତ୍ତମାନ ଆସିଥିବା ଖବର ସମସ୍ତଙ୍କ ଧ୍ୟାନ ଆକର୍ଶଣ କରିପାରେ ।
ନିକଟରେ ସାମ୍ନାକୁ ଆସିଥିବା ରିପୋର୍ଟ ମୁତାବକ କିଛି ମାସ ପରେ ନାଗା ଚୈତନ୍ୟ ପୁଣି ବିବାହ କରିବାକୁ ଯାଉଛନ୍ତି । କୁହାଯାଉଛି ଯେ ନାଗା ଚୈତନ୍ୟ ଏବେ ନିଜ ଜୀବନରେ ଆଗକୁ ବଢିବାକୁ ନିଷ୍ପତି ନେଇ ସାରିଛନ୍ତି । ଏବେ ସେ ପୁଣି ଥରେ ବିବାହ କରିବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ ଏହି ବିଷୟରେ ଆଖିନେନୀ ପରିବାର କିମ୍ବା ତାଙ୍କ ସୁତ୍ରରୁ କୌଣସି ଖବର ମିଳିପାରି ନାହିଁ ।
ରିପୋର୍ଟ ମୁତାବକ ସାମନ୍ଥାଙ୍କ ସହିତ ବିବାହ ବିଚ୍ଛେଦ ପରେ ନାଗା ଚୈତନ୍ୟ ବହୁତ୍ ଭାଙ୍ଗି ପଡିଥିଲେ । ଏହି କାରଣରୁ ସେ ପୁଣି କୌଣସି ଅଭିନେତ୍ରୀଙ୍କୁ ନ କରିବାକୁ ନିଷ୍ପତି ନେଇଛନ୍ତି । ଏହା ତାଙ୍କର ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏହାରି ମଧ୍ୟରେ ଏହି ଖବର ଉପରେ ନାଗା ଚୈତନ୍ୟ କେବେ ମୋହର ମାରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ ।
ସାମନ୍ଥାଙ୍କ ପୁର୍ବରୁ ନାଗା ଚୈତନ୍ୟଙ୍କ ନାମ ଶୃତି ହାସନଙ୍କ ସହିତ ଯୋଡ଼ା ଯାଉଥିଲା । କୁହାଯାଏ ଯେ ନାଗା ତାଙ୍କ ସହିତ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ପରେ ସାମନ୍ଥା ତାଙ୍କ ଜୀବନରେ ଏଣ୍ଟ୍ରୀ ମାରିଥିଲେ । ଏବଂ ଦୁହେଁ ବିବାହ କରିଥିଲେ ।