ସୁପର ଜିଆଣ୍ଟସକୁ ଝଟକା ଦେଲା RCB: ମ୍ୟାଚରେ ବିଜୟ କାହାଣୀ ଲେଖିଲେ ଚେନ୍ନାଇର ଦୁଇ ପୂର୍ବତନ ଖେଳାଳି

ମୁମ୍ବାଇ: ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ଫେଲ ମାରିଲା ରାହୁଲଙ୍କ ଲକ୍ଷ୍ନୌ ସୁପର ଜିଆଣ୍ଟସ । ଡୁପ୍ଲେସିସଙ୍କ ପ୍ଲାନ ଆଗରେ କାମ ଦେଲାନି ସୁପର ଜିଆଣ୍ଟସର ବ୍ୟାଟିଂ ଅର୍ଡର । ଫଳରେ ଏହି ମ୍ୟାଚରେ ବିଜୟ ହାସଲ କରି ନିଜ ଖାତାରେ ଆଉ ଦୁଇ ପଏଣ୍ଟ ସାମିଲ କରିଛି ଆରସିବି । ତେବେ ଏହି ମ୍ୟାଚର ମୁଖ୍ୟ ହିରୋ ସାଜିଥିଲେ ଅଧିନାୟକ ଫାଫ ଡୁପ୍ଲେସିସ । ୬୪ ବଲରେ ୯୬ ରନର ଭୟଙ୍କର ଇନିଂସ ଖେଳି ଦଳର ବିଜୟ କାହାଣୀ ଲେଖିଛନ୍ତି ଚେନ୍ନାଇର ପୂର୍ବତନ ଷ୍ଟାର ଖେଳାଳି ଫାଫ । ଫଳରେ ମ୍ୟାଚକୁ ୧୮ ରନରେ ବିଜୟ ହାସଲ କରିଛି ବାଙ୍ଗାଲୋର ।

Faf du Plessis heads orange cap, Ishan Kishan is not far behind, Dhoni in top-3

୧୮୨ ରନର ଟାର୍ଗେଟ ନେଇ ପଡିଆକୁ ଆସିଥିବା ସୁପର ଜିଆଣ୍ଟସ ଏହାକୁ ହାସଲ କରିବାରେ ଫେଲ ମାରିଛି । ବାଙ୍ଗାଲୋର ବୋଲିଂ ଆଗରେ ଏହି ଲକ୍ଷ୍ୟରୁ କିଛି ଦୂରରେ ରହିଯାଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ । ଓପନିଂ ଯୋଡି ବିଫଳ ହେବା ପରେ ରାହୁଲ ଏବଂ କ୍ରୁନାଲ ପାଣ୍ଡ୍ୟା କିଛି ସମୟ ଆଗେଇ ନେଉଥିବା ବେଳେ ହର୍ଷଲ ପଟେଲଙ୍କ ଶିକାର ହୋଇଥିଲେ ଅଦିନାୟକ । ୨୪ ବଲରେ ୩୦ ରନ କରି ପାଭିଲିୟନ ଫେରି ଯାଇଥିଲେ ରାହୁଲ । ଏହାପରେ ପାଣ୍ଡ୍ୟାଙ୍କ ସହ ଦୀପକ ହୁଡ୍ଡା ମଧ୍ୟ କିଛି ସମୟ ସାଥ ଦେଇଥିଲେ । କିନ୍ତୁ ୧୩ ରନ କରି ସେ ଆଉଟ ହେବା ପରେ ମ୍ୟାକ୍ସୱେଲଙ୍କ ଶିକାର ପାଲଟି ଯାଇଥିଲେ କ୍ରୁନାଲ । ୨୮ ବଲରେ ୨ଛକା ଏବଂ ୫ ଚୌକା ସହ ଦ୍ରୁତ ୪୨ ରନ ସଂଗ୍ରହ କରି ବିଜୟର ଆଶା ବଢାଇଥିଲେ । କିନ୍ତୁ ଏହାପରେ ଜବରଦସ୍ତ ଫର୍ମରେ ଥିବା ବଦୋନୀ ମାତ୍ର ୧୩ ରନ କରି ହାଜେଲଉଡଙ୍କ ଶିକାର ହୋଇଥିଲେ । ତେବେ ଶେଷରେ ମାର୍କସ ଷ୍ଟୋଇନିସଙ୍କୁ ନେଇ କିଛି ଆଶା ସଞ୍ଚାର ହୋଇଥିବା ବେଳେ ହାଜେଲଉଡ ୧୯ତମ ଓଭରରେ ତାଙ୍କୁ ପାଭିଲିୟନର ରାସ୍ତା ଦେଖାଇଥିଲେ । ୧୫ ବଲରେ ୨୪ ରନ କରି ସେ ଆଉଟ ହେବା ପରେ ଲକ୍ଷ୍ନୌର ବିଜୟ ଆଶା ମଉଳି ଯାଇଥିଲା । ଶେଷ ଓଭରରେ ୩୧ ରନର ଆବଶ୍ୟତା ଥିବା ବେଳେ ଅଲରାଉଣ୍ଡର ଜାସନ ହୋଲ୍ଡର ମାତ୍ର ୧୪ ରନ ସଂଗ୍ରହ କରି ପାରିଛନ୍ତି । ଫଳରେ ୧୮ ରନ ପଛରେ ରହି ମ୍ୟାଚକୁ ହାତଛଡା କରିଛି ଲକ୍ଷ୍ନୌ ସୁପର ଜିଆଣ୍ଟସ ।

IPL 2022, LSG vs RCB Live Score Updates: Marcus Stoinis Blitz Keeps LSG Alive In Chase Of 182 vs RCB | Cricket News

ବାଙ୍ଗାଲୋର ପକ୍ଷରୁ ସବୁଠୁ ସଫଳ ବୋଲର ପାଲଟିଛନ୍ତି ଜୋସ ହାଜେଲଉଡ । ୪ ଓଭରରେ ୨୫ ରନ ବ୍ୟୟ କରି ମୂଲ୍ୟବାନ ୪ଟି ୱିକେଟ ଅକ୍ତିଆର କରିଛନ୍ତି ଚେନ୍ନାଇର ଏହି ପୂର୍ବତନ ବୋଲର । ସେହିପରି ହର୍ଷଲ ପଟେଲ ମଧ୍ୟ ୪୭ ରନ ଦେଇ ୨ଟି ୱିକେଟ ନିଜ ନାମରେ କରିଛନ୍ତି । ତେବେ ମହମ୍ମଦ ସିରାଜ, ଗ୍ଲେନ ମ୍ୟାକ୍ସୱେଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ ହସରଙ୍ଗା ୨ ଓଭର ବୋଲିଂ କରି ୱିକେଟ ପାଇନାହାନ୍ତି । ଅଲରାଉଣ୍ଡର ଶହବାଜ ଅହମଦ ମଧ୍ୟ ବୋଲିଂରେ ଖୁବ କଞ୍ଜୁସି କରିଛନ୍ତି । ୪ ଓଭରରେ ବ୍ୟାଟ୍ସମ୍ୟାନଙ୍କୁ ବାନ୍ଧି ରଖି ମାତ୍ର ୨୫ ରନ ହିଁ ବ୍ୟୟ କରିଛନ୍ତି ।