ମିଳିବ ଯଥେଷ୍ଟ ସାର: ଖରିଫ ଋତୁରେ ସମୟ ପୂର୍ବରୁ ଚାଷକୁ ନେଇ ସଂକଟ ଦୂର କରିବ ଋଷ

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ବିପକ୍ଷ ଯୁଦ୍ଧ ଭିତରେ ଚାଷୀମାନଙ୍କ ପାଇଁ ସାର ସଂକଟ ଦେଖାଯିବ ବୋଲି ଆଶଙ୍କା ଦୂର ହୋଇଛି । ସଠିକ ସମୟରେ ଋଷ ଯଥେଷ୍ଟ ସାର ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ, ଏଥର ଆବଶ୍ୟକତାରୁ ୧୩୧ଲକ୍ଷ ମେଟ୍ରିକ ଟନ ଅଧିକ ସାର ଉପଲବ୍ଧ ରହିବ ବୋଲି ଅନୁମାନ କରାଯାଇଛି । ପ୍ରତିଶ୍ରୁତି ଅନୁସାରେ ସମୟ ପୂର୍ବରୁ ଋଷ ୩.୬୦ଲକ୍ଷ ମେଟ୍ରିକ ଟନ୍ ସାର ପଠାଇ ସାରିଛି ।

ଆସନ୍ତା ଖରିଫ ଋତୁରେ ମୋଟ ୩୫୪.୩୪ଲକ୍ଷ ମେଟ୍ରିକ ଟନ୍ ସାରର ଆବଶ୍ୟକତା ହେବ ବୋଲି ଅନୁମାନ କରିଛନ୍ତି ଉର୍ବରକ ସଚିବ ରାଜେଶ ଚତୁର୍ବେଦୀ । ତେବେ ୪୮୫.୫୯ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ ହୋଇ ସାରିଛି । ଏଥିମଧ୍ୟରେ ୧୨୫.୫ ଖଗଞ ସାର ପ୍ରଥମରୁ ମହଜୁଦ ରହିଥିବା ବେଳେ ୧୦୪.୭୨LMT ଆମଦାନୀ କରାଯିବ ଏବଂ ବାକି ୨୫୪.୭୯LMT ଘରୋଇ ଉତ୍ପାଦନ କରାଯିବ । ଏହାଦ୍ୱାରା ଆବଶ୍ୟକତାରୁ ଅଧିକ ସାର ଉପଲବ୍ଧ ହୋଇପାରିବ ଏବଂ କରିଫ ଋତୁରେ ସାରର ଅଭାବ ପରିଲକ୍ଷିତ ହେବ ନାହିଁ । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ୨.୫LMT (DAP ଏବଂ NPK) ଯୋଗାଇ ଦେବା ପାଇଁ ଗତବର୍ଷ ଡିସେମ୍ବରରେ ଋଷ ସହିତ ଚୁକ୍ତି ହୋଇଥିଲା । ତେବେ ଏହାଠାରୁ ଯଥେଷ୍ଟ ଅଧିକ ସାର ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲା ଋଷ ।

ଯୁଦ୍ଧ ଯୋଗୁଁ ସାର ସପ୍ଲାଇରେ ଅସୁବିଧା ହେଉଥିବା କହିଛନ୍ତି ଉର୍ବରକ ସଚିବ । ୟୁକ୍ରେନର ପଡୋଶୀ ରାଷ୍ଟ୍ର ବେଲାଋଷରୁ ପଟାସ ଆମଦାନୀରେ ମଧ୍ୟ ପ୍ରଭାବ ଦେଖାଯାଇତିବା ବେଳେ ମରକ୍କୋରୁ ଏମୋନିଆ ଆମଦାନୀ ମଧ୍ୟ ବାଦାପ୍ରାପ୍ତ ହୋଇଛି । ତେବେ ଭାରତ କାନାଡାରୁ ୧୨ LMT ଏବଂ ଇସ୍ରାଏଲ ଓ ଜର୍ଡାନରୁ ୮.୭୫ LMT ପଟାସ ସପ୍ଲାଇର ବ୍ୟବସ୍ଥା କରି ସାରିଛି ।