fbpx

ଫ୍ଲାଇଟରେ ନିଜର ସିଂହରୂପ ଦେଖାଇଲେ ପୂର୍ବତନ ହେଭିୱେଟ୍ ଚାମ୍ପିୟନ ଟାଇସନ, ଯାତ୍ରୀଙ୍କ ମୁହଁରେ ବର୍ଷାକଲେ ମୁଥ ପରେ ମୁଥ, ଦେଖନ୍ତୁ Video

ନୂଆଦିଲ୍ଲୀ: ପୂର୍ବତନ ହେଭିୱେଟ ଚାମ୍ପିୟନ ମାଇକ ଟାଇସନ ନିଜ କ୍ୟାରିୟରରେ ଅଧିକାଂଶ ସମୟରେ ବିବାଦ ଘେରରେ ରହିଥିଲେ । ୫୫ ବର୍ଷୀୟ ଟାଇସନ ନିଜର କ୍ରୋଧକୁ ନେଇ ଅଧିକାଂଶ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ୧୯୯୭ରେ ଫାଇଟ୍ ସମୟରେ ଟାଇସନ ପ୍ରତିପକ୍ଷ ଇଭାଣ୍ଡର ହୋଲିଫିଲ୍ଡସଙ୍କ କାନକୁ କାମୁଡ଼ି ଦେଇଥିଲେ । ଏହାପରେ ଇଭାଣ୍ଡରଙ୍କ କାନରୁ ରକ୍ତ ବାହାରିବା ସହ ସେ ପ୍ରବଳ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ତେବେ ବକ୍ସି ରିଙ୍ଗରୁ ଅବସର ନେବା ପରେ ମଧ୍ୟ ବିବାଦ ଟାଇସନଙ୍କ ପିଛା ଛାଡ଼ୁନାହିଁ ।

ଆମେରିକାର ପୂର୍ବତନ ଷ୍ଟାର ବକ୍ସର ଟାଇସନଙ୍କ କ୍ରୋଧ ଯେ କେତେ ଭୟଙ୍କର ତାହା ଏକ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଭିଡିଓରେ ଟାଇସନ ଫ୍ଲାଇଟରେ ଜଣେ ଯାତ୍ରୀଙ୍କୁ ଅନବରତ ଭାବେ ମୁଥ ପରେ ମୁଥ ମାରିଚାଲିଥିବା ଦେଖାଯାଉଛି । ଏହି ଭିଡିଓଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବହୁମାତ୍ରାରେ ଭାଇରଲ ହେବାରେ ଲାଗିଛି । ତେବେ ଘଟଣାଟି ଗତ ୨୦ ତାରିଖରେ ଘଟିଥିବା ଜଣାପଡ଼ିଛି । ବିମାନରେ ଯାତ୍ରା କରୁଥିବା ସମୟରେ ଜଣେ ଯାତ୍ରୀଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଟାଇସନ୍ ତାଙ୍କୁ ପିଟିଥିବା ଜଣାପଡ଼ିଛି ।

ରିପୋର୍ଟ ମୁତାବକ, ଟାଇସନ ଜେଟବ୍ଲୁ ପ୍ଲେନରେ ସନଫ୍ରାନସିସ୍କୋରୁ ଫ୍ଲୋରିଡ଼ା ଯାଉଥିଲେ । ଏହି ସମୟରେ ଟାଇସନଙ୍କ ପଛ ସିଟରେ ବସିଥିବା ଯୁବକ ଜଣଙ୍କ ତାଙ୍କୁ ବାରମ୍ବାର ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଥିଲେ । ଏହାପରେ ଟାଇସନ ଅନେକ ଥର ମନା କରିବା ପରେ ଉକ୍ତ ଯୁବକ ଜଣଙ୍କ ଏଥିରୁ ନିବୃତ୍ତ ରହିନଥିଲେ । ଫଳରେ ଟାଇସନଙ୍କ ରାଗରେ ନିଆଁ ଲାଗିଯାଇଥିଲା ଓ ସେ ଆରମ୍ଭ କରିଦେଥିଲେ ଭୟଙ୍କର ଆଟାକିଂ । ତେବେ ମାଡ଼ରେ ଉକ୍ତ ବ୍ୟକ୍ତିଙ୍କ ମୁହଁରୁ ରକ୍ତ ବାହାରୁଥିବା ଦେଖାଯାଇଥିବା ବେଳେ ଆମେରିକୀୟ ପୋଲିସ କି ଟାଇସନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Get real time updates directly on you device, subscribe now.