fbpx
BJD SKY
BJD SKY

ଗ୍ରେନେଡ୍ ଆକ୍ରମଣ: ଜାମ୍ମୁରେ ଓଡ଼ିଆ CISF ଯବାନ ଆହତ!

BJD

ଜାମ୍ମୁ ଚଡ୍ଡା କ୍ୟାମ୍ପ ନିକଟରେ ଆଜି ସକାଳେ CISF ଯବାନଙ୍କ ବସ ଉପରକୁ ହୋଇଛି ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀଙ୍କ ଗ୍ରେନେଡ ଆକ୍ରମଣରେ ଜଣେ CISF ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଏଥିରେ ଜଣେ ଓଡ଼ିଆ CISF ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଗୁଳିବିନିମୟରେ ୫ ଆହତ ଯବାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ, ଆହତ ଓଡ଼ିଆ ଯବାନ ଜଣକ ହେଉଛନ୍ତି CISF ହେଡ୍ କନଷ୍ଟେବଳ ପ୍ରମୋଦ ପାତ୍ର । ଆଜି ସିଆଇଏସଏଫଙ୍କୁ ନେଇ ଯାଉଥିବା ବସକୁ ଗ୍ରେନେଡ ମାଡ଼ କରିଥିଲେ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ପାଲଟା ଜବାବରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳିବିନିମୟରେ ଜଣେ ସିଆଇଏସଏଫ ଯବାନ ସହିଦ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଆହତ ସମସ୍ତ ୫ ସିଆଇଏସଏଫ ଯବାନଙ୍କୁ ଜାମ୍ମୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ଆଜି ଭୋରରୁ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ଗାଡ଼ି ଉପରେ ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ସକାଳୁଆ ସିପ୍ଟ କାମରେ ଯୋଗଦେବାକୁ ଯାଉଥିବା ବେଳେ ହୋଇଥିଲା ଏହି ଆକ୍ରମଣ । ଏଥିରେ ସହିଦ ହୋଇଥିବା ଯବାନ ଜଣକ ସିଆଇଏସଏଫର ଜଣେ ଏଏସଆଇ ଥିବା ଜଣାପଡିଛି । ସିଆଇଏସଏଫ୍ ଆତଙ୍କୀ ଆକ୍ରମଣକୁ ଏଡ଼ାଇବା ସହ ପଲଟା କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ।

Get real time updates directly on you device, subscribe now.