ଭୁବନେଶ୍ୱର: ଆଜି ବି ରାଜ୍ୟବାସୀଙ୍କ ଉପରେ ପଡିଛି ସୂର୍ଯ୍ୟଦେବଙ୍କ କରୁଣ ଦୃଷ୍ଟି । ରାଜ୍ୟର ବିଭିନ୍ନ ସହରରେ ଆଜି ବି କମ ରହିଛି ତାପମାତ୍ରା । ତେବେ ମାତ୍ର ୩ ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିବା ବେଳେ ଅନ୍ୟ ସହରରେ ତାତି କମିଛି । ତେବେ ଆଜି ସବୁଠୁ ଅଧିକ ଆଶ୍ୱସ୍ତିଲାଭ କରିଛି ସୋନପୁର ସହର । ଗତ କିଛି ଦିନରୁ ଅସହ୍ୟ ତାତିରେ ଛଟପଟ ହେଉଥିବା ସୋନପୁରରେ ଆଜି ୪୦ଡିଗ୍ରୀରୁ ତଳକୁ ଖସିଛି ତାପମାତ୍ରା । ସୋନପୁରରେ ଆଜିର ତାପମାତ୍ରା ୩୭ଡିଗ୍ରୀରେ ରହିଛି ।
ବୌଦ୍ଧ ଏବଂ ପାରଳାଖେମୁଣ୍ଡି ରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୧ ଡ଼ିଗ୍ରୀ ସର୍ବାଧିକ ତାତି
ଭୁବନେଶ୍ୱର ରେ ୪୦.୮ ଡ଼ିଗ୍ରୀ ରେକର୍ଡ
ଆସନ୍ତା କାଲି ଠାରୁ ଓଡ଼ିଶାର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ୩ ରୁ ୫ ଡ଼ିଗ୍ରୀ ଯାଏଁ ଦିନ ତାପମାତ୍ରା ରେ ବୃଦ୍ଧି ସମ୍ଭାବନା pic.twitter.com/elKW2v0cEc
— Meteorological Centre, Bhubaneswar (@mcbbsr) April 22, 2022
ତେବେ ରାଜଧାନୀରେ କିନ୍ତୁ ତାପମାତ୍ରା ଟିକିଏ ଉପରମୂହାଁ ହୋଇଛି । ଆଜି ଭୁବନେଶ୍ୱରର ତାପମାତ୍ରା ରେକର୍ଡ କରିଛି । ଚଳିତ ବର୍ଷର ସବୁଠୁ ଅଦିକ ତାତିରେ ଫୁଟୁଛି ସ୍ମାର୍ଟ ସିଟି । ଆଜି ଭୁବନେଶ୍ୱରର ତାପମାତ୍ରା ୪୦.୮ଡିଗ୍ରୀ ରେକର୍ଡ ହୋଇଛି । ତେବେ ବୌଦ୍ଧ ଏବଂ ପାରଳାଖେମୁଣ୍ଡିରେ ସର୍ବାଦିକ ତାପମାତ୍ରା ୪୧ଡିଗ୍ରୀ ରହିଛି । ଏହି ୩ ସହର ବ୍ୟତୀତ ଅନ୍ୟ ସହର ଗୁଡିକରେ ୪୦ ଡିଗ୍ରୀ ତଳକୁ ତାପମାତ୍ରା ରହିଛି । କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ଝାରସୁଗୁଡାରେ ତାପମାତ୍ରା ୩୯.୨ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ତାପମାତ୍ରା ରହିଛି ୩୯.୧ଡିଗ୍ରୀ । ସେହିପରି ନୟାଗଡ, ସୁନ୍ଦରଗଡ ଏବଂ ଭବାନୀ ପାଟଣାରେ ତାତି ୩୯ଡିଗ୍ରୀକୁ ଖସିଛି । ତେବେ ସିଲଭର ସିଟି କଟକରେ ତାପମାତ୍ରା ୩୮.୮ଡିଗ୍ରୀ ରେକର୍ଡ ହୋଇଛି ।