fbpx

ଶହିଦ ପୁଅର ଫଟୋକୁ ଦେଖି ନିଜ ଆଖିର ଲୁହକୁ ରୋକିପାରିଲେନି ମା, ବହିଲା ଲୁହର ଗଙ୍ଗା

ପୋଷ୍ଟରରେ ଶହିଦ ପୁଅର ଫଟୋକୁ ଦେଖି ନିଜ ଆଖିର ଲୁହକୁ ରୋକି ପାରିନି ମା । କେତେବେଳେ ପୋଷ୍ଟରରେ ପୁଅର ଛବିକୁ ପୋଛି ଦେଉଛି, ତ ଫଟୋକୁ ଚୁମି ଦେଉଛି । ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଯିଏ ବି ଏହି ଭିଡିଓକୁ ଦେଖିଛି ତାର ଆଖି ଲୁହରେ ଭରି ଯାଇଛି । ଏବେ ସମସ୍ତେ ଏହି ଯବାନଙ୍କ ଶହିଦକୁ ଶତ ଶତ ନମନ କରୁଛନ୍ତି ।

ଏହି ଭିଡିରେ ଦେଖିବାକୁ ମିଳୁଛି ଯେ ଶହୀଦ ପୁଅର ଫଟୋ ଦେଖି ଜଣେ ମା, କିପରି ଭବୁକ ହୋଇଯାଉଛନ୍ତି । ତାଙ୍କ ଆଖିରୁ ଲୁହ ବନ୍ଦ ହେବାର ନା ନେଉନି । ଶହୀଦ ପୁଅ ପାଇଁ ମା ର ମମତା ଦେଖି ଉପସ୍ଥିତ ଥିବା ଲୋକେ ମଧ୍ୟ ଭାବୁକ ହୋଇ ପଡିଥିଲେ ।

ରିପୋର୍ଟ ମୁତାବକ ଏହି ଭିଡିଓ ହେଉଛି ଛତିଶଗଡ଼ ସୁକୁମା ଜିଲ୍ଲା ଦୋରନାପାଳ ଅଞ୍ଚଳର । ଏଠାରେ ଶହୀଦ ଯବାନଙ୍କର ଏକ ସ୍ମାରକି ନିର୍ମାଣ ହୋଇଛି । ଯେଉଁଠାରେ ଶହୀଦ ପରିବାର ସଦସ୍ୟ ପହଁଞ୍ଚିଥିଲେ । ଏହି ସମୟରେ ଯେତେବେଳେ ନିଜ ପୁଅର ଫଟୋ ଦେଖି ନିଜକୁ ରୋକି ପାରି ନଥିଲେ । ଆଉ ତାଙ୍କ ଆଖିରୁ ବହି ଯାଇଥିଲା ମମତାର ଗଙ୍ଗା ।

ବର୍ତ୍ତମାନ ଏହି ଭିଡିଓକୁ ସୋସିଆଲ ମିଡିଆରେ ୟୁଜର୍ସଙ୍କ ଆଖିରୁ ମଧ୍ୟ ଲୁହ ଝରାଇ ଦେଇଛି । ଶହ ଶହ ୟୁଜର୍ସ ଶହୀଦ୍ ଯବାନଙ୍କୁ ସାଲ୍ୟୁଟ୍ କରିବା ସହିତ ତାଙ୍କ ମାଙ୍କୁ ମଧ୍ୟ ସଲାମ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି ଏମିତି ମାଙ୍କୁ ମୋର ଲକ୍ଷ ଲକ୍ଷ ସଲାମ ଯିଏ ଦେଶ ପାଇଁ ତାଙ୍କର ପୁଅକୁ ଉତ୍ସର୍ଗ କରିଛନ୍ତି ।

Get real time updates directly on you device, subscribe now.