(Video) ଶାରଳା ମନ୍ଦିରରେ 5T ସଚିବ, ଉନ୍ନୟନମୂଳକ କାମକୁ ନେଇ କଲେ ସମୀକ୍ଷା

ଜଗତସିଂହପୁର(ଓଡ଼ିଶା ଭାସ୍କର): ଜଗତସିଂହପୁର ଗସ୍ତରେ ଯାଇଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍ । ମାଆ ଶାରଳାଙ୍କ ଦର୍ଶନ ସହ ମନ୍ଦିରର ଉନ୍ନୟନମୂଳକ କାମକୁ ନେଇ ସମୀକ୍ଷା କରିଛନ୍ତି । ଏହା ସହ ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି । ପରେ ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ୱିକ ସ୍ଥାନ ବୁଲି ଦେଖିଛନ୍ତି 5T ସଚିବ ।

ସେହିପରି ଗତ ଗୁରୁବାର ଦିନ କଟକ ଚଣ୍ଡି ମନ୍ଦିରରେ ମା’ଙ୍କ ଦର୍ଶନ କରିଥିଲେ ଫାଇଭ ଟି ସଚିବ ଭି.କେ. ପାଣ୍ଡିଆନ୍ । ମନ୍ଦିର ସମ୍ପର୍କି ବିଭିନ୍ନ ବିଷୟରେ ମୁଖ୍ୟ ପୂଜକଙ୍କ ସହ ସେ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ କଟକ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଡିସିପି ଉପସ୍ଥିତ ଥିଲେ । ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ସହ ମୁଖ୍ୟ ପୂଜକ ମନୋଜ ପଣ୍ଡାଙ୍କ ସହ ମନ୍ଦିର ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ତେବେ ମା’ କଟକ ଚଣ୍ଡୀଙ୍କ ଦର୍ଶନ ବେଳେ ଫାଇଭ ଟି ସଚିବ କଟକ ଜିଲ୍ଲାପାଳ ଓ କମିସନରଙ୍କ ସହ ମୁଖ୍ୟତଃ କଞ୍ଜେଶନ ପାର୍କିଂ ୱାଟର ଲଗିଂ ବିଷୟରେ ଆଲୋଚନା କରିଥିଲେ । ଆଲୋଚନା କ୍ରମେ ଜିଲ୍ଲାପାଳ ଆର୍ ଡି ସି ଓ କମିଶନର ଡିସିପି ମିଳିତ ଭାବେ ମନ୍ଦିରର ଅନ୍ୟ ଷ୍ଟେକ୍ ହୋଲ୍ଡରମାନଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତିକରଣ ପାଇଁ ଏକ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରି ସରକାରଙ୍କୁ ଜଣାଇବେ ବୋଲି କଟକ ଡିସିପି ପ୍ରତୀକ ସିଂ କହିଥିଲେ ।