fbpx

ପଟିଆଲା ହିଂସାର ମାଷ୍ଟର ମାଇଣ୍ଡ ଗିରଫ: ପୂର୍ବରୁ ରଚାଯାଇଥିଲା ଷଡ଼ଯନ୍ତ୍ର

ଚଣ୍ଡିଗଡ଼: ପଞ୍ଜାବ ପଟିଆଲାରେ ହୋଇଥିବା ହିଂସାର ବଡ଼ ଖୁଲାସା ହୋଇଛି । ଖଲିସ୍ତାନୀମାନେ ପୂର୍ବରୁ ହିଁ ହିଂସାର ଷଡ଼ଯନ୍ତ୍ରର ଆରମ୍ଭ କରିଥିଲେ । ହିଂସାର ମୁଖ୍ୟ ଅଭିଯୁକ୍ତ ବରଜିନ୍ଦର ସିଂହ ପରୱାନା ହୋଇଥିବା ନେଇ ୨୨ ଏପ୍ରିଲର ଭିଡିଓରୁ ଖୁଲାସା ହୋଇଛି । ଭିଡିଓରେ ପରୱାନା ଖୋଲାଖୋଲି ଭାବେ ହିଂସାର ଧମକ ଦେଉଥିବା ନଜର ଆସିଛି ।

ଏହା ସହ ଖଲିସ୍ତାନ ଜିନ୍ଦାବାଦର ସ୍ଲୋଗାନ ମଧ୍ୟ ଦେଇଥିଲା । ଏହି ମାମଲାରେ ବରଜିନ୍ଦର ସିଂହ ପରୱାନାକୁ ମୋହାଲିରୁ ଗିରଫ କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୫ ଜଣ ଗିରଫ ହୋଇସାରିଛନ୍ତି । ତେବେ ହିଂସା ପରେ ବରଜିନ୍ଦର ମୁର୍ଡ ଲୁଚାଇ ଦୌଡ଼ିପଳାଇବାର ଭିଡିଓ ସାମ୍ନାକୁ ଆସିଛି । ଚାଷୀ ଆନ୍ଦୋଳନରେ ବରଜିନ୍ଦର ସାମିଲ ଥିଲା ।

ସୂଚନା ଅନୁସାରେ, ୨୯ ଏପ୍ରିଲରେ ଶୋଭାଯାତ୍ରା ଚାଲିଥିବା ବେଳେ ୨ ଗୋଷ୍ଠୀ ମଧ୍ୟରେ ହିଂସା ଆରମ୍ଭ ହୋଇଥିଲା । ଏହାକୁ ନେଇ ସହରରେ ପୋଲିସ ଫୋର୍ସ ମୁତୟନ କରିବା ସହ ରାତି ୭ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲଗାଇଥିଲା ପ୍ରଶାସନ । ଏହା ପରେ ପଞ୍ଜାବ ସରାକର ଅନେକ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବଡ଼ ପଦକ୍ଷେପ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପଟିଆଲାର ଆଇଜି, ଏସପି ଓ ଏସଏସପିଙ୍କୁ ଟ୍ରାନ୍ସଫର କରାଯାଇଛି ।

ତେବେ ପଞ୍ଜାବରେ ଖଲିସ୍ତାନୀ ସମର୍ଥକ ଓ ହିନ୍ଦୁ ସଂଗଠନର କର୍ମକର୍ତ୍ତାଙ୍କ ମଧ୍ୟରେ ବିବାଦ ଜାରି ରହିଛି । ପଟିଆଲାର ମା’ କାଳୀ ମନ୍ଦିରରେ ନିକଟରେ ଏନେଇ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ଶିବସେନା ପକ୍ଷରୁ ‘ଖଲିସ୍ତାନ ମୁର୍ଦ୍ଦାବାଦ ସ୍ଲୋଗାନ୍ ଦିଆଯାଇ ବିକ୍ଷୋଭ କରାଯାଉଥିବା ବେଳେ ଖଲିସ୍ତାନ ସମର୍ଥକମାନେ ଖଣ୍ଡା ଓ ପଥରରେ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏହି ଘଟଣାରେ ବହୁ ଲୋକ ଆହତ ହୋଇଥିଲେ । ଏହି ଭୟଙ୍କର ଆକ୍ରମଣାତ୍ମକ ଭିଡିଓ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

Get real time updates directly on you device, subscribe now.