fbpx

ପୁଣି ଧୋନୀଙ୍କୁ ମିଳିଲା ଚେନ୍ନାଇର ନେତୃତ୍ୱ: ଏବେ ଏହି ଖେଳାଳିଙ୍କୁ ଦଳରୁ ବାଦ ଦେଇପାରନ୍ତି ମାହି

ମୁମ୍ବାଇ: ସିଜନ ଅଧାରୁ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳର ନେତୃତ୍ୱ ଫେରାଇ ଦେଇଛନ୍ତି ଚେନ୍ନାଇ ଅଧିନାୟକ ରବିନ୍ଦ୍ର ଜାଡେଜା । ଆଜି ହାଇଦ୍ରାବାଦ ବିପକ୍ଷ ମ୍ୟାଚରୁ ପୁଣିଥରେ କ୍ୟାପଟେନ ଭୂମିକାରେ ନଜର ଆସିବେ ମାହି । ଜାଡେଜାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ଖରାପ ରହିଥିବାରୁ ସେ ଧୋନୀଙ୍କୁ ଅଧିନାୟକ ପଦ ହସ୍ତାନ୍ତର କରିଛନ୍ତି । ତେବେ ଧୋନୀଙ୍କୁ ନେତୃତ୍ୱ ମିଳିବା ପରେ ଦଳର ଜଣେ ଖେଳାଳିଙ୍କୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଅଧିନାୟକ ଭାର ମିଳିବା ପରେ ଦଳରେ କିଛି ପରିବର୍ତ୍ତନ ହୋଇପାରେ ବୋଲି ଆଶା କରାଯାଉଛି ।

ତେବେ ଋତୁରାଜ ଗାଏକ୍ୱାଡଙ୍କ ରୂପରେ ସବୁଠୁ ପଡ ପରିବର୍ତ୍ତନ କରିପାରନ୍ତି କ୍ୟାପଟେନ କୁଲ ମାହି । ଚଳିତ ସିଜନରେ ଏପର୍ଯ୍ୟନ୍ତ ଫେଲ ମାରିଥିବା ଋତୁରାଜଙ୍କୁ ଦଳରୁ ବାଦ ଦିଆଯାଇପାରେ । ତାଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଘାତକ ଖେଳାଳି ଡେଭିନ କନୱେଙ୍କୁ ସ୍ଥାନ ଦେଇପାରନ୍ତି ମାହି । ଗତ ସିଜନର ଅରେଞ୍ଜ କ୍ୟାପ ୱିନର ଚଳିତ ସିଜନରେ ସମସ୍ତଙ୍କୁ ନିରାଶ କରିଛନ୍ତି । ୮ଟି ମ୍ୟାଚରୁ କେବଳ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ ମ୍ସ୍ ମ୍ୟାଚରେ ଋତୁରାଜଙ୍କ ବ୍ୟାଟ ଶାନ୍ତ ରହିଛି ।

ତେବେ ଧୋନୀଙ୍କ ହାତକୁ ପୁଣି ଥରେ ନେତୃତ୍ୱ ଭାର ଆସିବା ପରେ ସେ ଋତୁରାଜଙ୍କୁ ଦଳରୁ ବାଦ ଦେଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ଏହାବ୍ୟତୀତ ପୁଣିଥରେ ଦଳକୁ ବିଜୟ ରାସ୍ତାରେ ଆଗେଇ ନେବେ ବୋଲି ଆଶା କରୁଛନ୍ତି ଚେନ୍ନାଇର ପ୍ରଶଂସକ । ଏପରିକି ଧୋନୀଭ୍କ ନେତୃତ୍ୱରେ ପ୍ରଶଂସକ ପ୍ଲେଅଫ ଆଶା ମଧ୍ୟ ରଖିଛନ୍ତି ।

Get real time updates directly on you device, subscribe now.