fbpx

ଚୂନ ଲଗାଇଲା ଡ୍ରାଇଭର: ପୂର୍ବ ବିଧାୟକଙ୍କ ଆକାଉଣ୍ଟରୁ ଲୁଟି ନେଲା ଲକ୍ଷ ଲକ୍ଷ ଟଙ୍କା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ଜଣେ ବିଧାୟକଙ୍କ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଲକ୍ଷ ଲକ୍ଷ ଟଙ୍କା ଲୁଟ ଅଭିଯୋଗରେ ପୋଲିସ ଡ୍ରାଇଭରକୁ ଗିରଫ କରିଥିବା ଜଣାଯାଇଛି । ବାରଣାସୀର ପୂର୍ବତନ ବିଜେପି ବିଧାୟକ ସୁରେନ୍ଦ୍ର ନାରାୟଣ ସିଂହ ନିଜ ଡ୍ରାଇଭର ହାତରେ ଲୁଟର ଶିକାର ହୋଇଛନ୍ତି । ସାଲାରୀ ଆକାଉଣ୍ଟରୁ ୩୦ ଲକ୍ଷ ଟଙ୍କାର ଜିନିଷ କିଣିଥିଲା ବିଧାୟକଙ୍କ ଏହି ଚତୁର ଡ୍ରାଇଭର ।

ବିଧାୟକ ସୁରେନ୍ଦ୍ର ୨୦୧୭ରୁ ୨୦୨୨ ପର୍ଯ୍ୟନ୍ତ ଦାୟିତ୍ୱରେ ରହିଥିଲେ । ତେବେ ଲୁଟ ପରେ ଏ ନେଇ ସାଇବର କ୍ରାଇମ ସେଲରେ ମାମଲା ରୁଜୁ କରାଇଛନ୍ତି ବିଧାୟକ । ଅଭିଯୋଗ ପରେ ତଦନ୍ତ କରାଯିବାରୁ ତାଙ୍କ ଡ୍ରାଇଭର ବିବେକ ଏସବୁର ପଛରେ ଥିବା କହିଛନ୍ତି ଆଇଜି ରେଞ୍ଜର ସତ୍ୟନାରାୟଣ । ୨୦୧୯-୨୦୨୧ ମଧ୍ୟରେ ବିବେକ ଅନେକ ଇଲେକ୍ଟ୍ରୋନିକ୍ସ, ଖାଦ୍ୟ ସାମଗ୍ରୀ ସମେତ ଘରୋଇକରଣ ଜିନିଷ କିଣିଥିବା ଜଣାଯାଇଛି ।

ବିଧାୟକ ଅତି ବିଶ୍ୱାସ ଏବଂ ଭରଷାରେ ବିବେକକୁ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ଏବଂ ଗୋଟିଏ ମୋବାଇଲ ଫୋନ ଦେଇଥିଲେ । କିନ୍ତୁ ଏହାର ଫାଇଦା ଉଠାଇ ବିଧାୟକଙ୍କ ଆକାଉଣ୍ଟରୁ ଅନଲାଇନ ମାଧ୍ୟମରେ ବିଭିନ୍ନ ପ୍ରକାର ଜିନିଷ କିଣିଥିଲା ବିବେକ । ୨୦୨୧ ମଧ୍ୟରେ ପ୍ରାୟ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.