fbpx

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା: ପିସିସି ସଭାପତି ଚୟନ ନେଇ ହୋଇପାରେ ଚୂଡ଼ାନ୍ତ ନିଷ୍ପତ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପିସିସି ସଭାପତି ଚୟନକୁ ନେଇ ଜୋର ଧରିଛି ରାଜନୀତି । ଏହାକୁ ନେଇ କଂଗ୍ରେସ ନେତାମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ନଜର ଆସିଛି । ଏହାରି ମଧ୍ୟରେ ପିସିସି ସଭାପତି ଚୟନକୁ ନେଇ ସମସ୍ତ କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ହୋଇଛି । ଆସନ୍ତା ୫ ତାରିଖରେ ସମସ୍ତଙ୍କୁ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାହୁଲ ଗାନ୍ଧୀ ସବୁ ବିଧାୟକଙ୍କୁ ଭେଟି ଆଲୋଚନା କରିବେ । ଦିଲ୍ଲୀ ଡାକରା ନେଇ ସୁର ରାଉତରାୟ ସୂଚନା ଦେଇଛନ୍ତି । ଦିଲ୍ଲୀରେ ୫ ତାରିଖରେ ସମସ୍ତ ବିଧାୟକ ରାହୁଲଙ୍କୁ ଭେଟିବେ । ସମସ୍ତ ବିଧାୟକଙ୍କ ସହ ସିଧାସଳଖ କଥା ହେବେ ରାହୁଲ । ଆଲୋଚନାରେ ପିସିସି ସଭାପତି ଚୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।

ଅନ୍ୟପଟେ ୪ରୁ ୫ଥର ହାରୁଥିବା ବିଧାୟକ ପ୍ରାର୍ଥୀଙ୍କୁ ପିସିସି ସଭାପତି ପଦବୀ ଦେବା ବଦଳରେ କଂଗ୍ରେସର ସମ୍ମାନକୁ ରକ୍ଷା କରି ନିୟମିତ ଭାବେ ଜିତି ଆସୁଥିବା ବିଧାୟକଙ୍କୁ ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ସଭାପତି ପଦବୀ ଦିଆଯାଉ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ନଚେତ ଦଳ ପକ୍ଷରୁ ବାଛି ଭଲ ଲୋକଙ୍କୁ ଏହି ପଦବୀ ଦିଆଯାଉ ବୋଲି ତାରା କହିଛନ୍ତି । ଏହାରି ମଧ୍ୟରେ ଓଡିଶା କଂ‌ଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କ ଓଡିଶା ଗସ୍ତ, ମୁଖ୍ୟ ସଚେତକ ପଦବୀରୁ ତାରା ପ୍ରସାଦ ବାହିନୀପତି ଓ ବିରୋଧୀ ଦଳ ନେତା ପଦବୀରୁ ନରସିଂହ ମିଶ୍ର ଇସ୍ତଫା ଦେବା ଏବଂ ପିସିସି ସଭାପତି ଚୟନ ପ୍ରକ୍ରିୟା ହେଉଥିବା ଘୋଷଣା ପରେ ରାଜନୀତି ଜୋର ଧରିଛି।

Get real time updates directly on you device, subscribe now.