ନିଜ ଭାଗ୍ୟକୁ କରୁଥିଲେ ହତାଦର, ଅଳିଆରେ ଫିଙ୍ଗିଦେଇଥିଲେ ୭୫ ଲକ୍ଷ ଟଙ୍କା ! ଏମିତି ବଞ୍ଚାଇଦେଲେ ସ୍ୱାମୀ…

ଅନେକ ସମୟରେ ଏମିତି ହୋଇଥାଏ ଯେତେବେଳେ ଆମ ଭାଗ୍ୟରେ କିଛି ବଡ଼ ସୁଯୋଗ ଆସିଥାଏ କିନ୍ତୁ ଆମେ ତାକୁ ହେୟଜ୍ଞାନ କରିଦେଇଥାଉ । କିଛି ଏଭଳି ଘଟିଛି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କ ସହ । ଯିଏ କି ନିଜ ଭାଗ୍ୟରେ ଆସିଥିବା ଏକ ସୁବର୍ଣ୍ଣ ସୁଯୋଗକୁ ନିଜ ହାତରେ ଫୋପାଡ଼ିଦେଇଥିଲେ । କିନ୍ତୁ ମହିଳାଙ୍କ ସ୍ୱାମୀ ଏହି ସୁଯୋଗକୁ ଯିବାକୁ ଦେଇନଥିଲେ ଆଉ ତାଙ୍କୁ ୭୫ ଲକ୍ଷର ଲଟେରୀ ମିଳିଥିଲା ।

ୟୁପିଆଇର ଏକ ରିପୋର୍ଟ ଅନୁଯାୟୀ, ମହିଳା ଜଣକ ଏକ ଲଟେରୀ ଟିକେଟ କିଣିଥିଲେ କିନ୍ତୁ ସେ ଏହାକୁ ଅଳିଆରେ ଫିଙ୍ଗିଦେଇଥିଲେ କାରଣ  ସେ ଭାବିଥିଲେ ଯେ ସେ ଏଥର ମଧ୍ୟ ଲଟେରୀ ଜିତିବେ ନାହିଁ । କିନ୍ତୁ ସେ ଜାଣିନଥିଲେ ଯେ ଏହି ଟିକେଟ ତାଙ୍କ ଭାଗ୍ୟ ବଦଳାଇଦେବ । ମଜାଦାର କଥା ହେଉଛି ଯେ ତାଙ୍କ ସ୍ୱାମୀ ଅଳିଆରୁ ଟିକେଟ ଉଠାଇ ନିଜ ପାଖରେ ରଖିଥିଲେ ।

ମହିଳା ଜଣକ କହିଛନ୍ତି ଯେ ଯେତେବେଳେ ଟିକେଟ କିଣିଲେ ଏବଂ ଏହାକୁ ସ୍କ୍ରାଚ୍ କରିଥିଲେ ସେତେବେଳେ ତାଙ୍କୁ ଲାଗିଥିଲା ଯେ ଏଥିରେ କିଛି ବି ମିଳିବନାହିଁ ଏବଂ ସେ ଏହାକୁ ଅଳିଆରେ ଫିଙ୍ଗି ଦେଇଥିଲେ  । ତେବେ ତାଙ୍କ ସ୍ୱାମୀ ତାଙ୍କୁ ଅଳିଆରେ ନଫିଙ୍ଗି ଦେଖିବାକୁ କହିଥିଲେ । ଆଉ ସେତେବେଳେ ତାଙ୍କୁ ଜଣାପଡ଼ିଥିଲା ଯେ ସେମାନେ ଏହି ଲଟେରୀ ଜିତିଯାଇଛନ୍ତି ଏବଂ ତାଙ୍କୁ ୧ ଲକ୍ଷ ଡଲାର ବା ୭୫ ଲକ୍ଷ ଟଙ୍କା ମିଳିଥିଲା ।

ମହିଳା କହିଛନ୍ତି ଯେ ସେ ପ୍ରତି ମାସରେ ଲଟେରୀ ଟିକେଟ କିଣୁଛନ୍ତି । ଏକ ବର୍ଷରୁ ଅଧିକ ସମୟ ଧରି ସେ ଲଟେରୀ ଟିକେଟ କିଣୁଛନ୍ତି କିନ୍ତୁ କେବେ ବଡ଼ ଲଟେରୀ ଜିତିନଥିଲେ ତେଣୁ ଏଥର ମଧ୍ୟ ଏହି ଆଶଙ୍କା କରି ଲଟେରୀ ଟିକେଟକୁ ଫିଙ୍ଗିଦେଇଥିଲେ । କିନ୍ତୁ ତାଙ୍କ ସ୍ୱାମୀଙ୍କ ଯୋଗୁଁ ସେ ଲଟେରୀରେ ଜିତିଥିବା ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ । ମହିଳା ଜଣକ କହିଛନ୍ତି ଯେ ସେ ଏହି ଟଙ୍କାରେ ଏକ କାର କିଣିବେ ଏବଂ ଅନ୍ୟ ଟଙ୍କାକୁ ନିଜ ପିଲାଙ୍କୁ ଦେବେ ।

Get real time updates directly on you device, subscribe now.