ଘୋଷଣା ହେଲା ଷ୍ଟାଡିୟମର ନାଁ: IPL ୨୦୨୨ରେ ନୂଆ ଚମ୍ପିଆନର ସାକ୍ଷୀ ରହିବ ଏହି ମଇଦାନ

ନୂଆଦିଲ୍ଲୀ: ବହୁ ଆଲୋଚନା ପରେ ବିସିସିଆଇ ତରଫରୁ ଘୋଷଣା ହୋଇଛି ପ୍ଲେଅଫର ନୂଆ ସୂଚୀ । ମେ ୨୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବା ନେଇ ଘୋଷଣା କରିଛି ବିସିସିଆଇ । ସେହିପରି ୨୭ ତାରିଖରେ କ୍ୱାଲିଫାୟାର-୨ ମ୍ୟାଚ ମଧ୍ୟ ଏହି ଗ୍ରାଉଣ୍ଡରେ ଖେଳାଯିବ । ତେବେ ଏଲିମିନେଟର ଏବଂ କ୍ୱାଲିଫାୟାର-୧ ମ୍ୟାଚ ୨୪ ଏବଂ ୨୫ ତାରିଖରେ କୋଲକାତାର ଇଡେନ ଗାର୍ଡେନ୍ସରେ କେଳାଯିବା ନେଇ ସୂଚୀ ପ୍ରସ୍ତୁତ ହୋଇଛି ।

IPLର ଆଗାମୀ ସୂଚୀକୁ ନେଇ ସୂଚନା ଦେଇଛନ୍ତି ବିସିସିଆଇ ସଚିବ ଜୟ ଶାହ । ଏହା ମଧ୍ୟରେ କ୍ଲୋଜିଭ୍ଗ ସେରିମୋନୀ ପାଇଁ ଯୋଜନା କରିସାରିଛି ବିସିସିଆଇ । ଏହାର ଆୟୋଜନ ମଧ୍ୟ ଅହମ୍ମଦାବାଦରେ ହେବ ବୋଲି ଜଣାଯାଇଛି । ଏହାବ୍ୟତୀତ ମହିଳା ଟି-୨୦ ଚାଲେଞ୍ଜକୁ ନେଇ ମଧ୍ୟ ବଡ ଘୋଷଣା କରିଛନ୍ତି ଜୟ ଶାହ । ପୁଣେରେ ଏହି ମୁକାବିଲା ଖେଳାଯିବା ନେଇ ସେ ସୂଚନା ଦେଇଛନ୍ତି । ଆସନ୍ତା ୨୩-୨୮ ତାରିଖ ପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି କୁହାଯାଇଛି ।

ଆସନ୍ତା ବର୍ଷରୁ ମହିଳା ଅନୁଷ୍ଠିତ କରିବା ନେଇ ବିସିସିଆଇ ଯୋଜନା କରୁଛି । ୬ଟି ଟିମକୁ ନେଇ ଏହି ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଚଳିତ ପୁରୁଷ IPLରେ ଦଳ ସଂଖ୍ୟା ବଢିବା ପରେ ମହିଳା IPLକୁ ନେଇ ଉତ୍ସାହ ଏବଂ ଦାବି ବଢିବାରେ ଲାଗିଛି ।

Get real time updates directly on you device, subscribe now.