fbpx

ବଲିଉଡ୍‌ରେ ଡେବ୍ୟୁ କରିବେ ଶେହନାଜ୍‌, ହାତରେ ଏବେ ବଡ଼ ଫିଲ୍ମ ଅଫର୍

ମୁମ୍ବାଇ: ଅଭିନେତ୍ରୀ ଶେହନାଜ୍‌ ଗିଲ ଗତ କିଛି ଦିନ ହେବ ଖୁବ୍‌ ଚର୍ଚ୍ଚାରେ ରହି ଆସିଛନ୍ତି । ସଲମାନ ଖାନଙ୍କ ଶୋ’କୁ ଆସିବା ପରେ ସେ ଗୋଟିଏ ପରେ ଗୋଟିଏ ବଡ ସଫଳତା ହାସଲ କରିବାରେ ଲାଗିଛନ୍ତି । ତାଙ୍କ ଭାଗ୍ୟ ବଦଳିବାରେ ଲାଗଛି । ବର୍ତ୍ତମାନ ଏହି ସମୟରେ, ଆଉ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଶୁଣି ଶେହନାଜ ଗିଲଙ୍କ ପ୍ରଶଂସକମାନେ ବହୁତ ଖୁସି ହେବେ । ସଲମାନ ଖାନ ଏବଂ ଶେହନାଜଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିବ । କିନ୍ତୁ ତାଙ୍କୁ ବିଗ୍‌ ବସ୍‌ କିମ୍ବା କୌଣସି ଶୋ’ରେ ନୁହେଁ, ବରଂ ବଡ ପରଦାରେ । ଶେହନାଜଙ୍କୁ ଏକ ବଡ଼ ସୁଯୋଗ ମିଳିଛି । କୁହାଯାଉଛି ଯେ ଶେହନାଜଙ୍କ ହାତରେ ଏବେ ଏକ ବଡ ଫିଲ୍ମ ଅଛି । ଯେଉଁଥିପାଇଁ ସେ ଖୁବ୍‌ ଖୁସି ଅଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପଞ୍ଜାବ ଇଣ୍ଡଷ୍ଟ୍ରି ପରେ ବର୍ତ୍ତମାନ ଅଭିନେତ୍ରୀ ବଲିଉଡକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସଲମାନ ଖାନଙ୍କ ସହ ନଜର ଆସିବେ । ମିଳିଥିବା ସୂଚନା ଅନୁଯାୟୀ, ଶେହନାଜଙ୍କୁ ‘କଭି ଇଦ୍‌ କଭି ଦିୱାଲୀ’ରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ସଲମାନ ଖାନ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଆୟୁଷ ଶର୍ମାଙ୍କୁ ମଧ୍ୟ ଦେଖିବାକୁ ମିଳିବ । କୁହାଯାଉଛି ଯେ ଶେହନାଜଙ୍କୁ ଆୟୁଷଙ୍କ ବିପକ୍ଷରେ କାଷ୍ଟ କରାଯାଇଛି । ହେଲେ ବର୍ତ୍ତମାନ ସଲମାନ ଏବଂ ଶେହନାଜଙ୍କଠାରୁ କୌଣସି ଅଫିସିଆଲି ଘୋଷଣା କରାଯାଇ ନାହିଁ ।

Get real time updates directly on you device, subscribe now.