fbpx

ମାଗଣା ଯୁଗ ସରିଲା, ଏଣିକି Twitter ୟୁଜର୍ସଙ୍କୁ ଦେବାକୁ ପଡ଼ିବ ଅର୍ଥ, ଏଲନ ମସ୍କଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଟ୍ୱିଟରକୁ କିଣିବା ପରେ ବିଶ୍ୱର ନମ୍ବରୱାନ ଧନୀ ବ୍ୟକ୍ତି ଏଲନ ମସ୍କ ଏବେ ଚର୍ଚ୍ଚାରେ ରହିଛନ୍ତି । ତେବେ ଆଗାମୀ ଦିନରେ ଟ୍ୱିଟର ବ୍ୟବହାରୀକାରୀଙ୍କୁ ଅର୍ଥ ପଇଠ କରିବାକୁ ପଡ଼ିବ । ଅର୍ଥାତ ବର୍ତ୍ତମାନ ସମୟରେ ଟ୍ୱିଟର ବ୍ୟବହାର କରିବା ସମ୍ପୂର୍ଣ୍ଣ ମାଗଣା ହୋଇଥିବା ବେଳେ ଆଗକୁ ଏଥିପାଇଁ କିଛି ଅର୍ଥ ପେଡ୍ କରିବାକୁ ପଡ଼ିବ ।

ଏନେଇ ଏଲନ ସ୍ପଷ୍ଟ ଭାବେ କହିଛନ୍ତି ଯେ, କାଜୁଆଲ ବ୍ୟବହାରକାରୀଙ୍କ ପାଇଁ ଟ୍ୱିଟର ସର୍ବଦା ଫ୍ରି ରହିବ । ମାତ୍ର କମର୍ସିଆଲ ଓ ସରକାରୀ ୟୁଜର୍ସଙ୍କ ପାଇଁ କିଛି ଅର୍ଥ ପଇଠ କରିବାକୁ ପଡ଼ିବ । ଟ୍ୱିଟରକୁ କିଣିବା ପରେ ଏହାର ବିସ୍ତାର ସହ ୟୁଜର୍ସଙ୍କ ପାଇଁ କିଛି ନୂଆ ନିୟମ ଅଣାଯିବ ବୋଲି ଏଲନ ନିକଟରେ ନ୍ୟୁୟର୍କଠରେ କହିଥିଲେ । ଏଥିସହିତ ଆମେରିକାର ଏକ ବଡ଼ ଅଂଶଧନ ଟ୍ୱିଟରରେ ରହୁ ବୋଲି ସେ କହିଥିଲେ ।

ଟ୍ୱିଟରର ରିପୋର୍ଟ ମୁତାବକ, ଏହି ସୋସିଆଲ ପ୍ଲାଟଫର୍ମରେ ଆମେରିକାର ୪ କୋଟି ଦୈନିକ ଆକ୍ଟିଭ୍ ୟୁଜର୍ସ ରହିଛନ୍ତି । ଆମେରିକାର ଅଧିକ ସଂଖ୍ୟକ ଲୋକ ଟ୍ୱିଟର ବ୍ୟବହାର କରନ୍ତୁ ବୋଲି ଏଲନ ଚାହୁଁଛନ୍ତି । ସୂଚନାଯୋଗ୍ୟ ଯେ, ଟ୍ୱିଟରକୁ କିଣିବା ପାଇଁ ଏଲନ ୪୪ ଅରବ ଡଲାରରେ ଡିଲ୍ କରିଥିଲେ । କମ୍ପାନୀକୁ ନିଜ ହାତକୁ ନେବା ପରେ ଏଲନ କିଛି ନୂଆ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏପରିକି କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ ପଲିସି ହେଡ୍ ବିଜୟା ଗାଡ୍ଡେଙ୍କୁ କମ୍ପାନୀରୁ ହଟାଯାଇପାରେ ବୋଲି ମଧ୍ୟ ଆଲୋଚନା ହେଉଥିଲା ।

Get real time updates directly on you device, subscribe now.