fbpx

ଆଜି ଲଘୁଚାପ ରୂପ ନେଇ ଘୂର୍ଣ୍ଣିବଳୟ, ସ୍ପଷ୍ଟ ହେବ ଚିତ୍ର: ଏବେ ହେଉଥିବା ବର୍ଷା କାଳବୈଶାଖୀ ଜନିତ

ବିଭ୍ରାନ୍ତ ହୁଅନି, ବାତ୍ୟା କଥା କହିନୁ ; ଆଏମ୍‌ଡି

ନୂଆଦିଲ୍ଲୀ/ଭୁବନେଶ୍ୱର : ବାତ୍ୟା ଓଡ଼ିଶା ଉପକୂଳ ଛୁଇଁବ ବୋଲି ଏଯାଏଁ କୁହାଯାଇନି  । ବାତ୍ୟା ହେବ କି ନାହିଁ ସେ ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ମଧ୍ୟ ଦିଆଯାଇ ନାହିଁ  । ତେଣୁ ବିଭିନ୍ନ ଗଣମାଧ୍ୟମର ବାତ୍ୟା ସମ୍ଭାବନାକୁ ନେଇ ଓଡ଼ିଶା ବାସୀ ବିଭ୍ରାନ୍ତ ହେବାର ଉଚିତ ନୁହେଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି  । ସେ କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି  । ଏହା ଘନୀଭୂତ ହେବାରେ ଲାଗିଛି  । ଶୁକ୍ରବାର ଏହି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ପରେ ବାତ୍ୟା ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି  ।

ସେ କହିଛନ୍ତି ଘୂର୍ଣ୍ଣିବଳୟଟି ଗୁରୁବାର ଦକ୍ଷିଣ ଆଣ୍ଡାମାନ ସାଗରରେ ରହିଛି  । ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଶୁକ୍ରବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି  । ତା’ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ୮ ତାରିଖ ଭିତରେ ଏକ ଅବପାତରେ ପରିଣତ ହେବ  । ଏହାର ପ୍ରଭାବରେ ଗୁରୁବାର ଠାରୁ ୮ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ସାଗର ଏବଂ ନିକଟସ୍ଥ ଦକ୍ଷିଣ-ପୂର୍ବ ଓ ପୂର୍ବକେ ନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିାରେ  । ଶୁକ୍ରବାର ଏହି ଅଞ୍ଚଳରେ ପବନର ବେଗ ୪୦ରୁ ୫୦ ଓ ୮ ତାରିଖ ସକାଳେ ୫୫ରୁ ୭୫ କି.ମି. ରହିବ ବୋଲି ଆକଳନ କରାଯାଇଛି  ।

ବାତ୍ୟା ହେବ କି ନାହିଁ, ଏହାର ଗତିଥ କେଉଁ ଦିଗକୁ ରହିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ହିଁ ସ୍ପଷ୍ଟ ହେବ  । ଏଯାଏଁ ବାତ୍ୟା ହେବ ବୋଲି ଯେହେତୁ କୁହାଯାଇନି ତେଣୁ ଲୋକେ ବିଭ୍ରାନ୍ତ ହେବା ଉଚିତ ନୁହେଁ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ଦକ୍ଷିଣ ଆଣ୍ଡାମାନସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ଓଡ଼ିଶା ଠାରୁ ବହୁ ଦୂରରେ ଥିବାରୁ ଏବେ ତାହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ  । ଏବେ ଓଡ଼ିଶାରେ ହେଉଥିବା ବର୍ଷା କାଳବୈଶାଖୀ ଜନିତ ବୋଲି ସେ ସ୍ପଷ୍ଟ କରିଛନ୍ତି  ।

Get real time updates directly on you device, subscribe now.